Advertisment

ଫାଟୁସିନେରୀ ଉପରେ ଆନ୍ଧ୍ରର ଆଖି, ଓଡ଼ିଶା କଲା ବ୍ୟାରେକେଡ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋଟିଆକୁ ନେଇ ଆନ୍ଧ୍ର- ଓଡ଼ିଶା ମଧ୍ୟରେ ବିବାଦ ଥମିବା ନାଁ ଧରୁ ନ ଥିବା ବେଳେ ଏବେ ଫାଟୁସିନେରୀକୁ ନେଇ ୨ ରାଜ୍ୟ ମଧ୍ୟରେ ଦେଖାଦେଇଛି ଛକାପଞ୍ଝା ସ୍ଥିତି  ।    ଆଜି ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକଙ୍କ ଫାଟୁସିନେରୀ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ଏହାକୁ ବିରୋଧ କରି ଫାଟୁସିନେରୀରେ ତିଆରି ହୋଇଛି ବ୍ୟାରିକେଡ। ଏଥିସହ  ୫ ପ୍ଲାଟୁନ୍‌ ଫୋର୍ସ ବି ମୁତୟନ କରାଯାଇଛି। ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ଓ […]

ଅଦ୍ୟତନ ହୋଇଛି
ଫାଟୁସିନେରୀ ଉପରେ ଆନ୍ଧ୍ରର ଆଖି, ଓଡ଼ିଶା କଲା ବ୍ୟାରେକେଡ

tension situation

Advertisment

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋଟିଆକୁ ନେଇ ଆନ୍ଧ୍ର- ଓଡ଼ିଶା ମଧ୍ୟରେ ବିବାଦ ଥମିବା ନାଁ ଧରୁ ନ ଥିବା ବେଳେ ଏବେ ଫାଟୁସିନେରୀକୁ ନେଇ ୨ ରାଜ୍ୟ ମଧ୍ୟରେ ଦେଖାଦେଇଛି ଛକାପଞ୍ଝା ସ୍ଥିତି  ।    ଆଜି ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକଙ୍କ ଫାଟୁସିନେରୀ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ଏହାକୁ ବିରୋଧ କରି ଫାଟୁସିନେରୀରେ ତିଆରି ହୋଇଛି ବ୍ୟାରିକେଡ। ଏଥିସହ  ୫ ପ୍ଲାଟୁନ୍‌ ଫୋର୍ସ ବି ମୁତୟନ କରାଯାଇଛି। ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ଓ ରାଜନେତା ବି ଘଟଣାସ୍ଥଳରେ ମହଜୁଦ ଥିବା ଜଣାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତ ଅନ୍ତର୍ଗତ ଫାଟୁସିନେରୀରେ ଆଜି ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ତାଙ୍କ ସହ ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ।

ଓଡିଶା ମାଟିରେ ଆନ୍ଧ୍ରର ଏପରି କାର୍ଯ୍ୟକ୍ରମକୁ ଜିଲ୍ଲାର ରାଜନୈତିକ ନେତୃବୃନ୍ଦ ତୀବ୍ର ବିରୋଧ କରିଥିଲେ।  ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରଶାସନ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମ  ସ୍ଥଳୀକୁ ଆନ୍ଧ୍ରପ୍ରଦେଶ ଆଡୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଇନାହିଁ । ଫାଟୁସିନେରୀ ଓ ଆନ୍ଧ୍ରପ୍ରଦେଶର ନନ୍ଦା ଗ୍ରାମ ମଧ୍ୟରେ ଥିବା ରାସ୍ତାକୁ ଓଡିଶା ପୁଲିସ ଦ୍ୱାରା ବ୍ୟାରିକେଡ ଯୋଗେ ଅବରୋଧ କରାଯାଇଥିଲା ।

Advertisment

ସାଂସଦ ଜୟରାମ ପାଙ୍ଗି, ବରିଷ୍ଠ ବିଜେଡି ନେତା ରବି ନନ୍ଦଙ୍କ ସମେତ ଜିଲ୍ଲାର ବହୁ ରାଜନୈତିକ ଦଳର ନେତୃବୃନ୍ଦ ତଥା ଆମ କୋଟିଆ ସଂଗଠନ ର ସଦସ୍ୟ ଏହି ବ୍ୟାରିକେଡ ଲଗାଯାଇଥିବା ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତି ତଦାରଖ କରୁଥିବା ଦେଖାଯାଇଛି ।

[caption id="attachment_667394" align="aligncenter" width="650"]police force ଘଟଣାସ୍ଥଳରେ ମୁତୟନ ପୁଲିସ୍‌ କର୍ମୀ।[/caption]

ସୂଚନାଯୋଗ୍ୟ, କୋଟିଆ ପଂଚାୟତର ୨୧ଟି ଗ୍ରାମ ଉପରେ ଅଧିକାରକୁ ନେଇ ଉଭୟ ରାଜ୍ୟ ଉଚ୍ଚତମ ନ୍ୟାୟାଳୟରେ ଅନେକ ଦିନ ଧରି ଆଇନଗତ ଲଢେଇ ଜାରି ରହିଛି। ଅପରପକ୍ଷେ, ଫାଟୁସିନେରୀକୁ ଆନ୍ଧ୍ର ସରକାର ପଂଚାୟତର ମାନ୍ୟତା ଦେଇ ବିଗତ ଦିନରେ ନିର୍ବାଚନ ମଧ୍ୟ ଅନୁଷ୍ଠିତ କରାଇଛି ।

ଏନେଇ ସାଂସଦ ଜୟରାମ ପାଙ୍ଗି କହିଛନ୍ତି,  ଏହା କୋଟିଆ ବିବାଦ ନୁହେଁ। ଏଠାରେ ସମସ୍ତ ଉନ୍ନୟନମୂଳକ କାମ ଓଡ଼ିଶା କଲା।  ଆନ୍ଧ୍ର କେବେବି ଏହାକୁ ନେଇପାରିବ ନାହିଁ।

ବରିଷ୍ଠ ବିଜେଡି ନେତା ରବି ନନ୍ଦ କହିଛନ୍ତି କୋଟିଆ ଆମର । ସେଠାରେ ଅଧିବାସୀ ଆମର। କୋଟିଆ ପାଇଁ ସର୍ବସ୍ୱ ତ୍ୟାଗ କରିବୁ। ଏଠି କେହି ଅନୁପ୍ରବେଶ କରିବାକୁ, ଚକ୍ରାନ୍ତ କରିବାକୁ ଚେଷ୍ଟା କଲେ ଓଡ଼ିଶାବାସୀ ତାଙ୍କୁ ଛାଡ଼ିବେନି।

Kotia Issue Kotia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe