କାଳ ସାଜୁଛି କଳିଙ୍ଗା ଘାଟି ! ବସ୍‌ ଓଲଟିବାର କାରଣ କହିଲେ ଏସପି

ଫୁଲବାଣୀ:(ଓଡ଼ିଶା ରିପୋର୍ଟର): ଦୁଇ ଦୁଇ ଥର କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ଏହି ସମୟରେ କନ୍ଧମାଳ ଏସପି, ଜିଉଦୟଗିରି ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ଯାତ୍ରୀବାହୀ ବସ୍। ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗାର୍ଡ ୱାଲରେ ପିଟି ହୋଇଯାଇଥିଲା। ଫଳରେ ବସ୍‌ରେ […]

dig-1

dig-1

Tapas Behera
  • Published: Sunday, 03 May 2020
  • Updated: 25 May 2022, 12:01 PM IST

Sports

Latest News

ଫୁଲବାଣୀ:(ଓଡ଼ିଶା ରିପୋର୍ଟର): ଦୁଇ ଦୁଇ ଥର କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ଏହି ସମୟରେ କନ୍ଧମାଳ ଏସପି, ଜିଉଦୟଗିରି ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ଯାତ୍ରୀବାହୀ ବସ୍।

ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗାର୍ଡ ୱାଲରେ ପିଟି ହୋଇଯାଇଥିଲା। ଫଳରେ ବସ୍‌ରେ ଥିବା ୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ୍, ଅଗ୍ନିଶମ ବାହିନୀ ସମେତ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ତେବେ ଏହି ଦୁର୍ଘଟଣାରେ କେହି ବି ଆହତ ହୋଇନାହାନ୍ତି।

ଡ୍ରାଇଭରଙ୍କ ବ୍ରେକ୍ ଫେଲ୍ ଯୋଗୁଁ ଏପରି ଦୁର୍ଘଟଣା ହୋଇଥିବା କହିଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ। ଆଗାମୀ ଦିନରେ ଆସୁଥିବା ସମସ୍ତ ଯାତ୍ରୀବାହୀ ବସକୁ ପୋଲିସ୍ ସୁରକ୍ଷାରେ ନେବ ବୋଲି ସେ କହିଛନ୍ତି।

ଦୁଇ ଦିନରେ (ଗତକାଲି ଓ ଆଜି) ସୁରତରୁ ଗଞ୍ଜାମ ଅଭିମୁଖେ ଆସୁଥିବା ବେଳେ ତିନିଟି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇସାରିଲେଣି।

ଗତକାଲି ସନ୍ଧ୍ୟାରେ ପ୍ରଥମ ଦୁର୍ଘଟଣା ଘଟିଥିଲା କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ। ୬୦ ଜଣ ଲୋକଙ୍କୁ ନେଇ ସୁରତରୁ ଗଞ୍ଜାମ ଅଭିମୁଖେ ଯାଉଥିବା ପଟେଲ ନାମକ ଏକ ଘରୋଇ ବସ୍ କଳିଙ୍ଗା ଘାଟିର ପାହାଡ଼ରେ ପିଟି ହୋଇଥିଲା। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଜି.ଉଦୟିଗିରି, ଟିକାବାଲି ଓ ଫିରିଙ୍ଗିଆରୁ ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ବୁଗୁଡ଼ାର ଚିତ୍ତରଞ୍ଜନ ସେଠୀଙ୍କର ମୃତ୍ୟୁ ହୋଇସାରିଥିଲା। ସେହିପରି ସନ୍ତୋଷ ସେଠୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ଭଞ୍ଜନଗର ମେଡିକାଲ୍‌କୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ଆଜି ସକାଳେ ଏଠାରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ସୁରତରୁ ଗଞ୍ଜାମ ଅଭିମୁଖେ ଯାଉଥିଲା। ଏହି ବସ୍‌ରେ ୩ ମହିଳାଙ୍କ ସମେତ ୫୭ ଜଣ ଯାତ୍ରୀ ଥିଲେ। ତେବେ ଡ୍ରାଇଭର ସହିତ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଥିଲେ।

ଅନ୍ୟପକ୍ଷରେ ସୁରତରୁ ଗଞ୍ଜାମ ଆସିବା ବାଟରେ ଆଜି ସକାଳେ ମହାରାଷ୍ଟ୍ରର ନାଗପୁର ନିକଟରେ ଜାତୀୟ ରାଜପଥରେ ଆଉ ଏକ ବସ୍ ଓଲଟି ପଡ଼ିଥିଲା। ବସ୍‌ ସାମ୍ନାକୁ ହଠାତ୍ କୌଣସି ବନ୍ୟଜନ୍ତୁ ଚାଲି ଆସିବାରୁ ଏହା ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ବସ୍‌ରେ ୫୦ ଜଣ ଯାତ୍ରୀ ଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ଏହି ତିନୋଟି ଦୁର୍ଘଟଣା ମଧ୍ୟରୁ ଦୁଇଟି କନ୍ଧମାଳର କଳିଙ୍ଗା ଘାଟିରେ ଘଟିଥିବାରୁ ସୁରତରୁ ଗଞ୍ଜାମ ଅଭିମୁଖେ ଆସୁଥିବା ବସ୍ ଗୁଡ଼ିକା ରୁଟ୍ ବଦଳାଇବା ନେଇ ସ୍ଥିର କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ତେବେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ. ଉଦୟଗିରି କଳିଙ୍ଗା ଘାଟି ସବୁଠୁ ବିପଦପୂର୍ଣ୍ଣ ଘାଟି ବୋଲି କୁହାଯାଏ। ଜାତୀୟ ରାଜପଥ ୧୫୭ ର ମାନ୍ୟତା ପାଇଥିବା ଏହି ଘାଟି ରାସ୍ତାରେ ଅନେକଥର ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନଜିର ରହିଛି। ୨୦୧୯ ଫେବୃଆରୀରେ ଘଟିଥିବା ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିଲେ। ଏହା ପୂର୍ବରୁ ୨୦୦୭ ମସିହାରେ ହୋଇଥିବା ବସ୍‌ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛି। ବସ୍‌ଟି ଘାଟିରୁ ଓଲଟି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story