ଶେଷରେ ଚେତିଲେ ସରକାର: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ବେଡ୍ ସଂଖ୍ୟା ୫୦୨କୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜର ପ୍ରମୁଖ କ୍ୟାନସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ୍ (ଏଏଚପିଜିଆଇସି)ରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ରୋଗୀ ଓ ସେମାନଙ୍କ ସହାୟକମାନେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେବା ପରେ ରାଜ୍ୟ ସରକାର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ବେଡ୍ ସଂଖ୍ୟା ୨୮୧ରୁ ୫୦୨କୁ ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ […]

Hospital

Hospital

Ordigital Desk
  • Published: Monday, 09 May 2022
  • Updated: 09 May 2022, 09:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜର ପ୍ରମୁଖ କ୍ୟାନସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ୍ (ଏଏଚପିଜିଆଇସି)ରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ରୋଗୀ ଓ ସେମାନଙ୍କ ସହାୟକମାନେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେବା ପରେ ରାଜ୍ୟ ସରକାର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ବେଡ୍ ସଂଖ୍ୟା ୨୮୧ରୁ ୫୦୨କୁ ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମିିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ୨୮୧ଟି ବେଡ୍ ଥିବାବେଳେ ସେଠାକୁ ୭୦୦ରୁ ୧୦୦୦ ରୋଗୀ ଦୈନିକ ଚିକିତ୍ସା ପାଇଁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୩୫୦ ରୋଗୀ ଦୈନିକ ରାଡିଏସନ୍ ଓ ୫୦୦ ରୋଗୀ କ୍ୟାନସର ଚିକିତ୍ସା ପାଇଁ ଆସିଥାନ୍ତି । ତେବେ ରାଜ୍ୟର ଏହି ପ୍ରମୁଖ କ୍ୟାନସର ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମି ନଥିବା ଯୋଗୁ ରୋଗୀ ଓ ସେମାନଙ୍କ ସହାୟକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରିକି ଖରାବର୍ଷାରେ ଖୋଲା ଆକାଶ ତଳେ ରହିବାକୁ ଅନେକ ବାଧ୍ୟ ହୋଇଥାନ୍ତି ।

ରୋଗୀମାନେ ନିଜର ଚିକିତ୍ସା ରିପୋର୍ଟ ପାଇବାକୁ ବି ପ୍ରାୟ ୩ରୁ ୭ଦିନ ଅପେକ୍ଷା କରୁଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।
କ୍ୟାନସର ହସ୍ପିଟାଲରେ ଏଭଳି ଅବ୍ୟବସ୍ଥା ପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା ଓ ଗତ ସପ୍ତାହରେ ଯୁଦ୍ଧକାଳୀନ ଭିତ୍ତିରେ ହସ୍ପିଟାଲ ପରିସରରେ ୩ଟି ଅସ୍ଥାୟୀ ରେଷ୍ଟ ସେଡ୍ ରୋଗୀମାନଙ୍କ ସହାୟକଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା । ଏଥିରେ ପ୍ରାୟ ୨୦୦ ଜଣଙ୍କ ଅସ୍ଥାୟୀ ରହଣି ସହ ସେଠାରେ ଫ୍ୟାନ, ଲାଇଟ୍ ଓ ପାନୀୟ ଜଳର ବ୍ୟବସ୍ଥା ହୋଇଛି ।

ରାଜ୍ୟ ସରକାରଙ୍କ ଦ୍ୱାରା କ୍ୟାନସର ହସ୍ପିଟାଲର ବେଡ୍ ସଂଖ୍ୟା ବୃଦ୍ଧି ପରେ ରୋଗୀଙ୍କ ଚିକିତ୍ସାରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ତେବେ ଏହି ହସ୍ପିଟାଲ ପାଇଁ ଏପର୍ଯ୍ୟନ୍ତ ଅଧିକ ସଂଖ୍ୟକ ଡାକ୍ତର ନିଯୁକ୍ତି ହୋଇନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos