Advertisment

ଏୟାର ଲିଫ୍ଟି ହେଲେ ଅଭିଷେକ, ଭଡ଼ା ୨୪ ଲକ୍ଷ

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର) ECMO ଚିକିତ୍ସା ପାଇଁ ଅଭିଷେକଙ୍କୁ ଏୟାର ଲିଫ୍ଟି କରାଯାଇଛି। ଏୟାର ଆମ୍ବୁଲାନ୍ସରେ ସେ କୋଲକାତା ଯାଇଛନ୍ତି । କୋଭିଡ ଆକ୍ରାନ୍ତ ପରଠାରୁ ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବକ ଅଭିଷେକ ମହାପାତ୍ର ଗୁରୁତର ଅଛନ୍ତି। ଚିକିତ୍ସା ପାଇଁ ଏ ଦିଗରେ କିନ୍ତୁ ଅର୍ଥ ବାଧକ ସାଜିଥିବା ବେଳେ ତାଙ୍କ ପତ୍ନୀ ସହାୟତା ପାଇଁ ନିବେଦନ କରୁଛନ୍ତି। ଅଭିଷେକଙ୍କ ପାଇଁ ସୋଶାଲ ମିଡିଆରେ ସେଭ୍ ଅଭିଷେକ କ୍ୟାମ୍ପେନିଂ କରାଯାଉଥିବା ବେଳେ ବିଭିନ୍ନ ଆଡ଼ୁ ମଧ୍ୟ ସହାୟତାର […]

ଅଦ୍ୟତନ ହୋଇଛି
ଏୟାର ଲିଫ୍ଟି ହେଲେ ଅଭିଷେକ, ଭଡ଼ା ୨୪ ଲକ୍ଷ

bhadrak

Advertisment

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର) ECMO ଚିକିତ୍ସା ପାଇଁ ଅଭିଷେକଙ୍କୁ ଏୟାର ଲିଫ୍ଟି କରାଯାଇଛି। ଏୟାର ଆମ୍ବୁଲାନ୍ସରେ ସେ କୋଲକାତା ଯାଇଛନ୍ତି । କୋଭିଡ ଆକ୍ରାନ୍ତ ପରଠାରୁ ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବକ ଅଭିଷେକ ମହାପାତ୍ର ଗୁରୁତର ଅଛନ୍ତି। ଚିକିତ୍ସା ପାଇଁ ଏ ଦିଗରେ କିନ୍ତୁ ଅର୍ଥ ବାଧକ ସାଜିଥିବା ବେଳେ ତାଙ୍କ ପତ୍ନୀ ସହାୟତା ପାଇଁ ନିବେଦନ କରୁଛନ୍ତି। ଅଭିଷେକଙ୍କ ପାଇଁ ସୋଶାଲ ମିଡିଆରେ ସେଭ୍ ଅଭିଷେକ କ୍ୟାମ୍ପେନିଂ କରାଯାଉଥିବା ବେଳେ ବିଭିନ୍ନ ଆଡ଼ୁ ମଧ୍ୟ ସହାୟତାର ସୁଅ ଛୁଟୁଛି। ଯେହେତୁ ECMO ଚିକିତ୍ସା ପାଇଁ ହଠାତ୍ ଏୟାର ଲିଫ୍ଟି ଆବଶ୍ୟକ ହେଉଛି ଏହା ବ୍ୟୟବହୁଳ ମଧ୍ୟ। ତେବେ ଅଭିଷେକଙ୍କ ଏୟାର ଲିଫ୍ଟି ପାଇଁ ଭଡ଼ା ହୋଇଛି ୨୪ ଲକ୍ଷ ଟଙ୍କା। ସ୍କାୟଲିଫ୍ଟ ଆଭିଏସନ ପକ୍ଷରୁ ହୋଇଥିବା ଟିକେଟ କନଫାରମେଶନ୍‌ରେ ଏହା ଉଲ୍ଲେଖ ରହିଛି।

Advertisment

publive-image

ମୁଖ୍ୟତଃ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଷେକଙ୍କ ପରିବାର ଲୋକଙ୍କୁ ଶୀଘ୍ର ପ୍ରାଣ ରକ୍ଷକ ଇକ୍‌ମୋ ଚିକିତ୍ସା ପଦ୍ଧତି ଆପଣାଇବାକୁ ଡାକ୍ତର ଶେଷବାଣୀ ଶୁଣାଇଥିଲେ। ହେଲେ ଅଭିଷେକଙ୍କୁ ଏୟାରଲିଫ୍ଟିଂ ପାଇଁ ଦରକାର ପାଖାପାଖି ୩୦ଲକ୍ଷ ଟଙ୍କା ଦରକାର ଥିଲା। ତେବେ ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଯାହାକି ଏକ ମଧ୍ୟବିତ ପରିବାର ଏତେ ପରିମାଣର ଟଙ୍କା ଯୋଗାଡ କରିବା ପାଇଁ ଅସମର୍ଥ ହୋଇପଡିଛନ୍ତି।

ଏପଟେ ମାତ୍ର ୩୩ ଦିନ ତଳେ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିବା ଅଭିଷେକ ଯେଉଁଭଳି ଜୀବନ ଯୁଦ୍ଧରେ ସଂଗ୍ରାମରତ, ତାକୁ ଦେଖି ସହ୍ୟ କରିପାରୁନାହାନ୍ତି ନବ ବିବାହିତା ପତ୍ନୀ ମୌସୁମୀ। ଅଭିଷେକଙ୍କ ମାଆ ବି ପୁଅର ଜୀବନ ରକ୍ଷା ଲାଗି ବଦାନ୍ୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରାର୍ଥନା କରୁଛନ୍ତି। ଏପଟେ ସହାୟତା ଯୋଗାଡ଼ କରି ତାଙ୍କୁ ତୁରନ୍ତ ଭଲ ଚିକିତ୍ସା ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଭିଷେକ ବନ୍ଧୁ ଗୋଷ୍ଠୀ।

Advertisment
Airlifting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe