Advertisment

ଏଟିଏମ୍‌ ସାନିଟାଇଜ୍‌ କରିବାକୁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସବୁ ଫିଲ୍ମ ହଲ୍‌ ଓ ସପିଂମଲ୍‌ ବନ୍ଦ କରିଥିବା ବେଳେ ଏଟିଏମ୍‌ ଗୁଡ଼ିକୁ ସାନିଟାଇଜ୍ କରିବା ପାଇଁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଯିଏ ଏହି ନିର୍ଦ୍ଦେଶ ଅବମାନନା କରିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। କରୋନାକୁ ନେଇ ବ୍ୟାଙ୍କ ଗୁଡିକ ପାଇଁ ଗାଇଡ୍‌ଲାଇନ୍‌ ଜାରି […]

ଅଦ୍ୟତନ ହୋଇଛି
ଏଟିଏମ ଓ ବ୍ୟାଙ୍କରେ ପର୍ଯ୍ୟାପ୍ତ ନଗଦ ଉପଲବ୍ଧ କରାଅ: ରାଜ୍ୟ ସରକାର

atm-countre

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସବୁ ଫିଲ୍ମ ହଲ୍‌ ଓ ସପିଂମଲ୍‌ ବନ୍ଦ କରିଥିବା ବେଳେ ଏଟିଏମ୍‌ ଗୁଡ଼ିକୁ ସାନିଟାଇଜ୍ କରିବା ପାଇଁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଯିଏ ଏହି ନିର୍ଦ୍ଦେଶ ଅବମାନନା କରିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Advertisment

କରୋନାକୁ ନେଇ ବ୍ୟାଙ୍କ ଗୁଡିକ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛି ଅର୍ଥ ବିଭାଗ। ଏ ନେଇ SLBC ଆବାହକଙ୍କୁ  ଅର୍ଥ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ଏଟିଏମ୍ ଗୁଡ଼ିକୁ ଦୈନିକ ସାନିଟାଇଜ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଟିଏମ୍‌ରେ ଥିବା ସୁରକ୍ଷା କର୍ମଚାରୀ ସାନିଟାଇଜ୍ କରିବେ। ଠିକ୍ ଭାବେ ଏହି କାର୍ଯ୍ୟ ହେଉଛି କି ନାହିଁ ତାକୁ ତଦାରଖ କରିବେ ଓସ୍‌ଡମା କର୍ମଚାରୀ। ସାନିଟାଇଜରେ ଗଫଲତି କରୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି।

‘କରୋନା’ ଗତକାଲି ୧୬୨ ଦେଶରେ ବ୍ୟାପି ଥିଲା। ଆଜି ୧୬୭ ଦେଶକୁ ବ୍ୟାପିଛି। ଗତକାଲି ୧, ୮୩, ୧୧୬ ଆକ୍ରାନ୍ତ ହୋଇଥିବା ବେଳେ ଆଜି ୧, ୯୯, ୧୯୩ ସଂକ୍ରମିତ ହୋଇଛନ୍ତି। ଦେଶରେ ୧୪୮ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe