ଷ୍ଟାଫ୍ ସିଲେକ୍ସନ୍ କମିଶନ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ପିଏସ୍ ବିରଂଚି ନାରାୟଣ ସାହୁଙ୍କଠୁ କୋଟିକୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଜବତ ହେବାପରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରି ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହା ସହିତ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ବିଜେପି ଦାବି କରିଛି। ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନ ଏକ ଚାକିରି […]

BJP1

BJP1

Ordigital Desk
  • Published: Tuesday, 03 August 2021
  • Updated: 03 August 2021, 10:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ପିଏସ୍ ବିରଂଚି ନାରାୟଣ ସାହୁଙ୍କଠୁ କୋଟିକୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଜବତ ହେବାପରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରି ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହା ସହିତ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ବିଜେପି ଦାବି କରିଛି।

ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନ ଏକ ଚାକିରି ବିକ୍ରି କମିଶନରେ ପରିଣତ ହୋଇଛି। ସରକାରୀ ନିଯୁକ୍ତିରେ ମେଧା ପରିବର୍ତ୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଛି। ଓଡ଼ିଶା ସରକାରେ ମୋ ସରକାର ୫-ଟି ସ୍ୱତନ୍ତ୍ର ବିଭାଗ ହେଲା ପରେ ରାଜ୍ୟରେ ଦୁର୍ନୀତି ବୃଦ୍ଧି ହୋଇଛି। ଏହି ବିଭାଗ ସମସ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଆଇନସିଦ୍ଧ କରି ଦୁର୍ନୀତିରେ ସଂପୃକ୍ତ ପ୍ରଶାସନ ଅଧିକାରୀ ଓ ଶାସକଦଳର ନେତାଙ୍କୁ ସୁରକ୍ଷା ଦେଉଛି। ବିରଂଚୀ ସାହୁ କେତେ ପଇସା ନେଲେ, କେତେ ଫ୍ଲାଟ କିଣିଲେ, କେତେ ସୁନା କିଣିଲେ ସେକଥା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, କେଉଁ ସରକାରୀ ବାବୁମାନେ ସବୁ ପଇସା ଦେଇ କେଉଁ ଜାଗାରେ ଚାକିରୀ କରୁଛନ୍ତି ତାହାର ତଦନ୍ତ କରାଯାଉ। ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ସରକାର ଯୁବପିଢୀଙ୍କୁ ରୋଜଗାର ଦେବାରେ ବିଫଳ ହୋଇଛି। ଟଙ୍କା ଦେଲେ ରାଜ୍ୟରେ ଚାକିରୀ ମିଳୁଛି ।

ଫଳରେ ଅନେକ ଶିକ୍ଷିତଯୁବକ ଯୁବତୀଙ୍କ ଦକ୍ଷତା ଥାଇ ବି ସେ ଓଡ଼ିଶାରେ ଚାକିରୀ ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି। ବିରଂଚି ସାହୁଙ୍କ ପଛରେ କେଉଁ ଧଳା ହାତୀମାନେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ କରାଯାଉ। ଏହା ସହ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅପରାଧୀମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ। ଏହି ଦୁର୍ନୀତିର ଚେର ଲୋକସେବା ଭବନର ତୃତୀୟ ମହଲା ଯାଏଁ ବ୍ୟାପିଥିବାରୁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ଉଦ୍ୟମରେ ଓଡ଼ିଶାର ୭୩ରୁ ଅଧିକ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଛକଠାରେ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ମଧ୍ୟ ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ର ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲ।। ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅର୍ପିତା ଅପରାଜିତା ବଡ଼ଜେନା, ଯୁବମୋର୍ଚ୍ଚା ପ୍ରଭାରୀ  ଦୀପକ ଗୋଚ୍ଛାୟତ, ପ୍ରକାଶ ଦଳେଇ, ରାଜ୍ୟ ସଂଯୋଜକ ସୁଜିତ ସାହୁ, ସଂଗ୍ରାମ ପାତ୍ର, ପ୍ରତୀକ୍ଷା ଆଚାର୍ଯ୍ୟ, ସୁବ୍ରତ ବିଶ୍ୱାଳ, ରତନ ଦିଗାଲଙ୍କ ସମେତ ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos