/odisha-reporter/media/post_attachments/uploads/2019/02/debasish-samataray.jpg)
debasish-samataray
କଟକ(ଦେବାଶିଷ ମହାନ୍ତି): ସହିଦଙ୍କ ସମ୍ପର୍କୀୟଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣାକୁ ନେଇ କଟକ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଛି। ଧକ୍କା ମାରିବା ଓ ଗାଳିଗୁଲଜ କରିବା ଅଭିଯୋଗରେ ପୁଲିସ୍ ମାମଲା ରୁଜୁ କରିଛି।
ବାଦାମବାଡ଼ି ଥାନାରେ ଏହି ମାମଲା ରୁଜୁ ହୋଇଥିଲେ ବି ନିଆଳି ଥାନାକୁ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି। ନିଆଳି ଥାନା ପୁଲିସ୍ ମାମଲା ତଦନ୍ତ କରିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।
କଟକ ମହିଳା କଂଗ୍ରେସର ଅଭିଯୋଗ କ୍ରମେ ବାଦାମବାଡ଼ି ଥାନାରେ ଏହି ମାମଲା ରୁଜୁ ହୋଇଛି।
ଗତକାଲି ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଦେବାଶିଷଙ୍କ ନାଁରେ ଏତଲା ଦିଆଯାଇଥିଲା। ଦଳ ପକ୍ଷରୁ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲା।
ଅନ୍ୟପକ୍ଷରେ ସହିଦ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଜେଡି ପ୍ରତିକ୍ରିୟା ରଖିଛି। ଦଳ ପକ୍ଷରୁ କୁହାଯାଇଛି, “ଦେବାଶିଷ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିସାରିଛନ୍ତି। ଏହାକୁ ନେଇ ଆଉ ରାଜନୀତି କରା ନଯାଉ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
