Advertisment

‘ବିଦ୍ୟାଭାରତୀ ଓ ବିଦ୍ୟାଶ୍ରୀଙ୍କ କେସ ଏକା ନୁହଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟାଭାରତୀ ଓ ବିଦ୍ୟାଶ୍ରୀଙ୍କ କେସ ଏକା ନୁହଁ। ଦୁଇଟି ଘଟଣାକୁ ଯେତେ ଏକାଠି ଟାଣି ଘୋଷାରି କଲେ ବି ଏକା ହେବନି। ଯେମିତି ଗୋଟିଏ ସମୟରେ ମୋ ଉପରେ ସବୁ ଦୋଷ ଲଦିଆଯାଉଥିଲା ଏବେ ସେମିତି ବିଦ୍ୟାଶ୍ରୀ ଜାଗାରେ ବିଦ୍ୟା ଭାରତୀ ଅଛନ୍ତି। ଆଗରୁ ରିୟାଚକ୍ରବର୍ତ୍ତୀ ଏବେ ବିଦ୍ୟାଭାରତୀ ଏମିତି ମୋ ନାମକୁ ଟାଣିଓଟାରି କିଛି ଗଣମାଧ୍ୟମ ଏଣୁତେଣୁ ଖବର ଛାପି ମୋତେ ବଦନାମ କରୁଛନ୍ତି। ଏସିଏଫ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ […]

author-image
Tapas Behera
ଅଦ୍ୟତନ ହୋଇଛି
‘ବିଦ୍ୟାଭାରତୀ ଓ ବିଦ୍ୟାଶ୍ରୀଙ୍କ କେସ ଏକା ନୁହଁ’

5gm

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟାଭାରତୀ ଓ ବିଦ୍ୟାଶ୍ରୀଙ୍କ କେସ ଏକା ନୁହଁ। ଦୁଇଟି ଘଟଣାକୁ ଯେତେ ଏକାଠି ଟାଣି ଘୋଷାରି କଲେ ବି ଏକା ହେବନି। ଯେମିତି ଗୋଟିଏ ସମୟରେ ମୋ ଉପରେ ସବୁ ଦୋଷ ଲଦିଆଯାଉଥିଲା ଏବେ ସେମିତି ବିଦ୍ୟାଶ୍ରୀ ଜାଗାରେ ବିଦ୍ୟା ଭାରତୀ ଅଛନ୍ତି। ଆଗରୁ ରିୟାଚକ୍ରବର୍ତ୍ତୀ ଏବେ ବିଦ୍ୟାଭାରତୀ ଏମିତି ମୋ ନାମକୁ ଟାଣିଓଟାରି କିଛି ଗଣମାଧ୍ୟମ ଏଣୁତେଣୁ ଖବର ଛାପି ମୋତେ ବଦନାମ କରୁଛନ୍ତି। ଏସିଏଫ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ଛନ୍ଦି ହୋଥିବା ବେଳେ  ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଶ୍ରୀ।
କହିଛନ୍ତି ଯେ,ମୋ ଶାଶୂ ଶୂଶୁର ଭଲ ଭାବେ ଜାଣିଛନ୍ତି ତାଙ୍କ ବୋହୂ କଣ। ହେଲେ ବିଦ୍ୟାଭାରତୀଙ୍କ ସହ ତାଙ୍କ ଶାଶୂଶୂଶୁରଙ୍କ ମଧ୍ୟରେ ସମ୍ପର୍କ କେମିତି ଥିଲା, ବଣ୍ଡି କେମିତି ଥିଲା ସେ କେଉଁଭଳି ଆଚରଣ ରଖୁଥିଲେ ?  କାହିଁକି ତାଙ୍କ ଶାଶୂଶୂଶୁର ଆଜି ତାଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ? ଏବେ ମୋ ଶାଶୁ ଶୂଶୁର ମୋ ବିରୋଧରେ ଅଭିଯୋଗ ଆଣିଲେଣି।

Advertisment

ଆଗରୁ ଆଣୁ ନଥିଲେ । ମୋ ଶାଶୁ ଶୂଶୁରୁ ଚାହୁଁଛନ୍ତି ମୁଁ ଯଦି ଭୁଲ ନୁହେଁ ତେବେ ନିଜକୁ ପ୍ରମାଣ କରି ଦେଖା। ସେ କହୁଛନ୍ତି ଯେଉଁଦିନ କେସ ସରିବ ଆଗଳଭଳି ମିଶିକି ରହିବା।  କିନ୍ତୁ ମୁଁ ଯାହା ଶୁଣିଛି ବିଦ୍ୟାଭାରତୀଙ୍କ ଶାଶୂ ଶୂଶୁର ତାଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆଣୁଛନ୍ତି। ତାଙ୍କୁ ଆଉ ମତେ ତୁଳନା କରିବାକୁ ଗଲେ ସମ୍ପୂର୍ଣ୍ଣ ଭିନ୍ନ। ଖାଲି ଜବରଦସ୍ତ ଟାଣି ଓଟାରି ଆଣିକି ପକାଉଛନ୍ତି। କିନ୍ତୁ ସମାନ ନୁହଁ ବୋଲି ସେ କହିଛନ୍ତି।

Aditya Death Case ACFO Death