ବାତ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ବାତ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲାରେ ଲୋକଙ୍କୁ ରିଲିଫ୍ ଓ ଖାଇବା ଠିକ୍‌ରେ ମିଳିନି। ଏପରିକି ଲୋକେ ୩ରୁ ୪ ଦିନ ଯାଏ ଖାଦ୍ୟ ମିଳିନି ବୋଲି ଅଭିଯୋଗ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ବାତ୍ୟା ଓ ପରେ ପାଣି ଘେରରେ ଥିବା ଅଞ୍ଚଳକୁ ସେ ବୁଲି ଦେଖିଥିଲେ । ହେଲେ ଏହି ସମୟରେ ଲୋକଙ୍କ ପାଖରେ ରାଜ୍ୟ […]

pradeep-majhi

Tapas Behera
  • Published: Tuesday, 01 June 2021
  • , Updated: 01 June 2021, 05:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ବାତ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲାରେ ଲୋକଙ୍କୁ ରିଲିଫ୍ ଓ ଖାଇବା ଠିକ୍‌ରେ ମିଳିନି। ଏପରିକି ଲୋକେ ୩ରୁ ୪ ଦିନ ଯାଏ ଖାଦ୍ୟ ମିଳିନି ବୋଲି ଅଭିଯୋଗ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ବାତ୍ୟା ଓ ପରେ ପାଣି ଘେରରେ ଥିବା ଅଞ୍ଚଳକୁ ସେ ବୁଲି ଦେଖିଥିଲେ ।

ହେଲେ ଏହି ସମୟରେ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ମିଳିନଥିଲା  ରିଲିଫ । କେବଳ ଚୁଡ଼ା, ଗୁଡ଼, ପଲିଥିନରେ କେବଳ ସୀମିତ ରହିଛି।  ମୁଖ୍ୟମନ୍ତ୍ରୀ ୭ ଦିନ ପାଇଁ ରନ୍ଧା ଖାଦ୍ୟ କହିଥିଲେ

ହେଲେ ତାହା ଗ୍ରାଉଣ୍ଡରେ ଲୋକଙ୍କୁ ମିଳିନି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ାଜିଲ୍ଲାରେ ଚାଷ ଉଜୁଡ଼ିଛି। ପ୍ରାୟ ୭୦୦ କୋଟିର ଚିଙ୍ଗୁଡ଼ି ଚାଷ ନଷ୍ଟ ହୋଇଛି । ତେଣୁ ତୁରନ୍ତ ରାଜ୍ୟ ସରକାର ଏତି ପ୍ରତି ଧ୍ୟାନ ଦେବାକୁ ପ୍ରଦୀପ ମାଝୀ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ବାତ୍ୟା କ୍ଷୟକ୍ଷତି ଆକଳନ ଓ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇ ଥିଲା। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ୮ଜଣିଆ ‘ୟାସ ଟାସ୍କଫୋର୍ସ’ କମିଟି ଗଠନ ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କମିଟି ଗଠନକୁ ଅନୁମୋଦନ କରିଥିଲେ। ଏହି କମିଟି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ କରୁଛି।

Related story