Advertisment

ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) ଅଫିସରେ ଲୋକ ଗହଳିକୁ ବାରଣ କରିବା ଲାଗି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖାଯାଇଛି। ସମସ୍ତ ଆର୍‌ଟିଓଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ ଗାଡ଼ି କାଗଜପତ୍ର ପାଇଁ ଓଡ଼ିଶାର ସବୁ ଆର୍‌ଟିଓ ଅଫିସ୍‌ରେ ଲାଗୁଛି ଲମ୍ୱା ଲାଇନ୍‌। ‘କରୋନା’ ଭୟ ସତ୍ତ୍ୱେ ଲୋକମାନେ ସମସ୍ତ କାଗଜପତ୍ର ଧରି […]

ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ

-traffic

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) ଅଫିସରେ ଲୋକ ଗହଳିକୁ ବାରଣ କରିବା ଲାଗି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖାଯାଇଛି। ସମସ୍ତ ଆର୍‌ଟିଓଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ ଗାଡ଼ି କାଗଜପତ୍ର ପାଇଁ ଓଡ଼ିଶାର ସବୁ ଆର୍‌ଟିଓ ଅଫିସ୍‌ରେ ଲାଗୁଛି ଲମ୍ୱା ଲାଇନ୍‌। ‘କରୋନା’ ଭୟ ସତ୍ତ୍ୱେ ଲୋକମାନେ ସମସ୍ତ କାଗଜପତ୍ର ଧରି ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବର୍ତ୍ତମାନ ପାଇଁ ଆଇନ୍‌ରେ କୋହଳ କରାଯାଉ ବୋଲି ସେମାନେ ମତପ୍ରକାଶ କରିଛନ୍ତି। ଏହାକୁ ନଜରରେ ରଖି ପୂର୍ବରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, କରୋନା ସ୍ଥିତିକୁ ଦେଖି ଦୈନିକ କେବଳ ୫୦ ଜଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସିପାରିବେ। ତେବେ ରାତି ଅଧରେ ଏହାର ପରିବର୍ତ୍ତନ କରାଯାଇଛି। ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖାଯାଇଥିବା ରାଜ୍ୟ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି।

ଅନ୍ୟପକ୍ଷରେ କଟକ-ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ‘କରୋନା’କୁ ଦୃଷ୍ଟିରେ ରଖି ସରକାରୀ ଓ ଘରୋଇ ବସ ସେବା କ୍ଷେତ୍ରରେ କଟକଣା ଜାରି କରାଯାଇଛି। ସବୁ ବସ କର୍ମଚାରୀଙ୍କ ପାଇଁ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଘରୋଇ ବସ୍ ମାଲିକ ସଂଘ, ପରିବହନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ମାସ୍କ ପ୍ରଦାନ କରିବେ। ସେହିପରି ଓଭରଲୋଡ଼ିଂକୁ ରୋକ ଲଗାଇବା ସହ ବସ୍ ଓ ଷ୍ଟାଣ୍ଡ ଗୁଡ଼ିକରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe