Advertisment

କ୍ୱାର୍ଟର୍ସ ପଛପଟ କବାଟ ପୋଡ଼ିଛି, ମଶା ନେଟରେ ନିଆଁ ଲାଗିଛି: କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ DSP ବିଜୟ କୁମାର ମଲ୍ଲିକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ACFଙ୍କ କ୍ୱାର୍ଟର୍ସ ଯାଞ୍ଚ ପରେ ଡିଏସ୍‌ପି କହିଛନ୍ତି ଯେ ଘଟଣା ଘର ଭିତରେ ହିଁ ଘଟିଛି। ସେହିପରି କ୍ୱାର୍ଟର୍ସ ପଛପଟ କବାଟ ପୋଡ଼ିଯାଇଛି, ମଶା ନେଟ୍‌ରେ ନିଆଁ ଲାଗିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡ଼ିଛି, ଘର ଭିତରେ ହିଁ ଘଟଣା ଘଟିଛି। ସମସ୍ତଙ୍କ କଲ୍ ଡିଟେଲ୍ସ ଯାଞ୍ଚ ଚାଲିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି। […]

author-image
Tapas Behera
ଅଦ୍ୟତନ ହୋଇଛି
ସଂଧ୍ୟାରେ ତହସିଲଦାରଙ୍କ ପାଳି

Soumaya

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ DSP ବିଜୟ କୁମାର ମଲ୍ଲିକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ACFଙ୍କ କ୍ୱାର୍ଟର୍ସ ଯାଞ୍ଚ ପରେ ଡିଏସ୍‌ପି କହିଛନ୍ତି ଯେ ଘଟଣା ଘର ଭିତରେ ହିଁ ଘଟିଛି। ସେହିପରି କ୍ୱାର୍ଟର୍ସ ପଛପଟ କବାଟ ପୋଡ଼ିଯାଇଛି, ମଶା ନେଟ୍‌ରେ ନିଆଁ ଲାଗିଛି।

Advertisment

ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡ଼ିଛି, ଘର ଭିତରେ ହିଁ ଘଟଣା ଘଟିଛି। ସମସ୍ତଙ୍କ କଲ୍ ଡିଟେଲ୍ସ ଯାଞ୍ଚ ଚାଲିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି। ତଦନ୍ତରେ ଯାହା ଯାହା କଥା ସାମ୍ନାକୁ ଆସିବ, ପଚରାଉଚରା ହେବ ବୋଲି ସେ କହିଛନ୍ତି।

କ୍ରାଇମବ୍ରାଞ୍ଚ ଟିମ୍‌ ଆଜି ସୌମ୍ୟଙ୍କ କ୍ୱାର୍ଟରରେ ତଦନ୍ତ କରୁଥିବା ବେଳେ ଘର ଭିତରେ ପୋଡ଼ା ଦାଗ ଥିବା କହିଛନ୍ତି  କ୍ରାଇମବ୍ରାଞ୍ଚ ଡିଏସ୍‌ପି। ପାରଳାଖେମୁଣ୍ଡି ପୁଲିସ୍‌ ସହ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ଆଜି ସୌମ୍ୟଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ।, ଘଟଣାସ୍ଥଳ, ରୋଷେଇ ଘର, ଘର ଚାରିପାଖ ତଥା ଝରକା ପାଖ ବି ବୁଲି ଦେଖିଥିଲେ। ହେଲେ ପ୍ରକୃତରେ ସୌମ୍ୟଙ୍କ ଦେହରେ କିପରି ନିଆଁ  ଲାଗିଲା ସେ ନେଇ ପାଟି ଫିଟାଇ ନାହାନ୍ତି ତଦନ୍ତକାରୀ ଟିମ୍‌।

Advertisment

ଏହାବାଦ ଘରେ  ନିଆଁ ଲାଗିଥିଲେ କେହି କେମିତି ଜାଣିପାରିଲେ ନାହିଁ, ସେହି ସମୟରେ ବିଦ୍ୟାଭାରତୀ କ’ଣ କରୁଥିଲେ, ଘରର ସ୍ଥିତି କେମିତି ଥିଲା, ପାରିପାର୍ଶ୍ୱିକ ସ୍ଥିତି ଦେଖି ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍। ସୂଚନା ଅନୁଯାୟୀ, ଘରେ ନିଆଁ ଲାଗିଥିଲେ, କିପରି କେହି ଜାଣିପାରିଲେ ନାହିଁ, ତେଣୁ ବାହାରେ ସୌମ୍ୟଙ୍କ ଦେହରେ ନିଆଁ ଲଗାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଏହାର ତଦନ୍ତ ହେଉଛି ବୋଲି କହିଛନ୍ତି ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି।

ଏହି ଚାଞ୍ଚଲ୍ୟକର ଘଟଣାରେ ବାରମ୍ବାର ନାଁ ଉଠୁଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ଜେରା କରିବ ତଦନ୍ତକାରୀ ଟିମ୍। ତା ସହିତ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ଜେରା କରାଯିବ। ସୌମ୍ୟରଂଜନଙ୍କ ମୃତ୍ୟୁ ପରଠୁ ସନ୍ଦେହ ଘେରରେ ଅଛନ୍ତି ଡିଏଫ୍ଓ। ତାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି।

ସଂକଟାପନ୍ନ ଅବସ୍ଥାରେ ସୌମ୍ୟଙ୍କୁ ମେଡିକାଲ୍ ନେଉଥିବା ଆମ୍ବୁଲାନ୍ସକୁ ଅଟକାଇବାଠୁ ଆରମ୍ଭ କରି ବିଭିନ୍ନ ସମୟରେ ତଦନ୍ତ ବେଳେ ଅନ୍ୟ ଏକ ଥାନା ଅଂଚଳର ଓଆଇସି କାହିଁକି ଉପସ୍ଥିତ ଥିଲେ ବୋଲି ପ୍ରଶ୍ନ କରିଥିଲେ ସୌମ୍ୟଙ୍କ ବାପା। ତେବେ ପୁଲିସର ତଦନ୍ତ ଉପରେ ଭରସା ଅଛି ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର।

ACFO Death