bb
ଭୁବନେଶ୍ୱର: ସାଇଭକ୍ତଙ୍କ ଅନୁଭୂତି ଉପରେ ଆଧାରିତ ଶ୍ରଦ୍ଧା ସବୁରୀର ଇଂରାଜୀ ଅନୁବାଦ ପୁସ୍ତକର ପୂଜନ ଉତ୍ସବ ଭୁବନେଶ୍ୱର ଇନଫୋସିସ୍ ଛକଠାରେ ଥିବା ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଅଣ ଓଡ଼ିଆ ପାଠକ ପାଠିକାଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକ ପ୍ରକାଶ ପାଇଛି। ପୁସ୍ତକର ଇଂରାଜୀ ଅନୁବାଦ ସି.ଆର ଦାସ୍ କରିଥିବା ବେଳେ ରଶ୍ମିରେଖା ରଥ ଏହାର ସଂପାଦନା କରିଛନ୍ତି। ଏହି ପୂଜନ ଉତ୍ସବରେ ପୁସ୍ତକର ସଂପାଦିକା ରଶ୍ମିରେଖା ରଥ , ଅନୁବାଦକ ସି.ଆର୍ ଦାସ , ଓଡ଼ିଶା ଟେଲିଭିଜନ ଲିମିଟେଡର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଓ ଓରଟେଲ କମୁନିକେସନର ସିଇଓ ବିଭୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us