Advertisment

ଅଧାରୁ ବନ୍ଦ ହେଲା ପ୍ରସିଦ୍ଧ ଗୁପ୍ତେଶ୍ୱର ମେଳା, ନିରାଶ ହେଲେ ବ୍ୟବସାୟୀ ଓ ଦର୍ଶକ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ‘କରୋନା’ ଭୂତାଣୁ ଆତଙ୍କରେ ସାରା ବିଶ୍ୱ ଆତଙ୍କିତ। ଏହାର ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ନିର୍ଦ୍ଦେଶାନାମା ଓ ପରାମର୍ଶ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ହେଉଥିବା ସମସ୍ତ ମେଳାକୁ ବନ୍ଦ କରାଯାଉଥିବା ବେଳେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ଚାଲିଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମେଳାକୁ ଅଧାରୁ ପୁଲିସ ପ୍ରଶାସନ ବନ୍ଦ କରିଦେଇଛି। ଯାହାକୁ ନେଇ ସେଠାରେ ଉତ୍ତେଜନା […]

ଅଧାରୁ ବନ୍ଦ ହେଲା ପ୍ରସିଦ୍ଧ ଗୁପ୍ତେଶ୍ୱର ମେଳା, ନିରାଶ ହେଲେ ବ୍ୟବସାୟୀ ଓ ଦର୍ଶକ

mela

Advertisment

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ‘କରୋନା’ ଭୂତାଣୁ ଆତଙ୍କରେ ସାରା ବିଶ୍ୱ ଆତଙ୍କିତ। ଏହାର ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ନିର୍ଦ୍ଦେଶାନାମା ଓ ପରାମର୍ଶ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ହେଉଥିବା ସମସ୍ତ ମେଳାକୁ ବନ୍ଦ କରାଯାଉଥିବା ବେଳେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ଚାଲିଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମେଳାକୁ ଅଧାରୁ ପୁଲିସ ପ୍ରଶାସନ ବନ୍ଦ କରିଦେଇଛି। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ସାମାନ୍ୟ ଲାଠି ଚାର୍ଜ କରିଛି।

Advertisment

ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଜିଲ୍ଲାପ୍ରଶାନ ପ୍ରସିଦ୍ଧ ଗୁପ୍ତେଶ୍ୱର ମେଳା ବନ୍ଦ କରିବାକୁ ଯାଇଥିଲା। ମାତ୍ର ମେଳା ଆୟୋଜକ ଓ ବ୍ୟବସାୟୀମାନେ ବିରୋଧ କରିଥିଲେ। ଦୋକାନ ବନ୍ଦ କରିବାକୁ ବ୍ୟବସାୟୀମାନେ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ବ୍ୟବସାୟୀଙ୍କ କହିବା ହେଲା, ବହୁ ଦୂର ଦୂରାନ୍ତରୁ ମେଳାରେ ବ୍ୟବସାୟ କରିବାକୁ ଆସିଛୁ। ମେଳା ଅଧାରୁ ବନ୍ଦ ହୋଇଗଲେ ବ୍ୟାପକ କ୍ଷତି ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି। ତେବେ ପୁଲିସ ପ୍ରଶାସନ ଦୋକାନ ବଜାର ବନ୍ଦ କରିବା ପାଇଁ କହିଥିଲେ। ଯାହାକୁ ନେଇ ପୁଲିସ ଓ ବ୍ୟବସାୟୀମାନେ ମୁହାଁମୁହିଁ ହୋଇଥିଲେ।  ଅପରପକ୍ଷେ ମେଳାକୁ ବୁଲି ପାଇଁ ଆସିଥିବା ଦର୍ଶକମାନେ ମଧ୍ୟ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି।

publive-imageଅନ୍ୟପଟେ ମାରାତ୍ମକ କରୋନା ଭୂତାଣୁର କୌଣସି ପ୍ରତିଷେଧକ ବର୍ତ୍ତମାନ ସୁଦ୍ଧା ନ ବାହାରି ଥିବାରୁ କେବଳ ସଚେତନତା ହିଁ ଏକମାତ୍ର ବିକଳ୍ପ ହୋଇ ରହିଯାଇଛି। ସେଥିପାଇଁ କୌଣସି ସ୍ଥାନରେ ଜନଗହଳୀ ନକରିବାକୁ ପରାମର୍ଶ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ମେଳାକୁ ଅଧାରୁ ବନ୍ଦ କରିଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe