Advertisment

ଓମ୍‌ଫେଡ୍‌ ନେଲାନି, ବିଧାୟକଙ୍କୁ ଡାକି ତାଙ୍କ ଆଗରେ କ୍ଷୀର ଢାଳିଲେ ଚାଷୀ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଲକ୍‌ଡାଉନ୍‌ ପାଇଁ ଓମ୍‌ଫେଡ୍‌ କ୍ଷୀର ନେଉନି। ଯେଉଁଥିପାଇଁ ଚାଷୀମାନେ ବିଧାୟକଙ୍କୁ ଡାକି ତାଙ୍କ ଆଗରେ ରାସ୍ତାରେ କ୍ଷୀର ଢ଼ାଳି ପ୍ରତିବାଦ କରୁଛି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଘଟିଛି। ଏନେଇ ଖବର ପ୍ରକାଶ ପାଇବା ପରେ ଓମ୍‌ଫେଡ୍‌ କଥା ବାଆଁରେଇବାକୁ ଚେଷ୍ଟା କରିଛି। ଓମ୍‌ଫେଡ୍‌ର ଜଣେ ଅଧିକାରୀ କହିଛନ୍ତି, ଲକ୍‌ଡାଉନ୍‌ ପାଇଁ ଚାଷୀଙ୍କଠାରୁ ୪୦ ପ୍ରତିଶତ କ୍ଷୀର କିଣାଯାଉଛି। ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ୧୦ ହଜାର ତାଲିକାଭୁକ୍ତ କ୍ଷୀର ଚାଷୀ ଅଛନ୍ତି। ଏଥିପାଇଁ […]

ଅଦ୍ୟତନ ହୋଇଛି
ଓମ୍‌ଫେଡ୍‌ ନେଲାନି, ବିଧାୟକଙ୍କୁ ଡାକି ତାଙ୍କ ଆଗରେ କ୍ଷୀର ଢାଳିଲେ ଚାଷୀ

umercourt

Advertisment

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଲକ୍‌ଡାଉନ୍‌ ପାଇଁ ଓମ୍‌ଫେଡ୍‌ କ୍ଷୀର ନେଉନି। ଯେଉଁଥିପାଇଁ ଚାଷୀମାନେ ବିଧାୟକଙ୍କୁ ଡାକି ତାଙ୍କ ଆଗରେ ରାସ୍ତାରେ କ୍ଷୀର ଢ଼ାଳି ପ୍ରତିବାଦ କରୁଛି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଘଟିଛି। ଏନେଇ ଖବର ପ୍ରକାଶ ପାଇବା ପରେ ଓମ୍‌ଫେଡ୍‌ କଥା ବାଆଁରେଇବାକୁ ଚେଷ୍ଟା କରିଛି। ଓମ୍‌ଫେଡ୍‌ର ଜଣେ ଅଧିକାରୀ କହିଛନ୍ତି, ଲକ୍‌ଡାଉନ୍‌ ପାଇଁ ଚାଷୀଙ୍କଠାରୁ ୪୦ ପ୍ରତିଶତ କ୍ଷୀର କିଣାଯାଉଛି।

Advertisment

ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ୧୦ ହଜାର ତାଲିକାଭୁକ୍ତ କ୍ଷୀର ଚାଷୀ ଅଛନ୍ତି। ଏଥିପାଇଁ କ୍ଷୀର ୧୬ ଟି ଶୀତଳ ଭଣ୍ଡାର ରହିଛି। ଯେଉଁଥିରେ ୪୦,୦୦୦ ଲିଟର କ୍ଷୀର ରଖିବାର ବ୍ୟବସ୍ଥା ରହିଛି। କିନ୍ତୁ ଓମ୍‌ଫେଡ୍‌ ପ୍ରତିଦିନ ୧୭ ହଜାର ଲିଟର କ୍ଷୀର ସଂଗ୍ରହ କରୁଥିଲା। ଏବେ ଲକ୍‌ଡାଉନ୍‌ ଯୋଗୁଁ ଓମଫେଡ ମାତ୍ର ୮୦୦୦ ଲିଟର ସଂଗ୍ରହ କରୁଛି। ତେବେ ବଳକା କ୍ଷୀରକୁ ଚାଷୀମାନେ କରିବେ କଣ? ଅନ୍ୟପକ୍ଷରେ ଏବେ ଦୋକାନ ବଜାର ବନ୍ଦ ରହିଥିବାରୁ କ୍ଷୀର କାହାକୁ ଦେବେ ଚାଷୀ? ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ରହିଛନ୍ତି। ଏ ସମ୍ପର୍କରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ଜଣାଇବା ପାଇଁ ଚାଷୀମାନେ ଚେଷ୍ଟା କରିଥିଲେ। ଗତକାଲି ୟୁଭି-୩ ଡଙ୍ଗରିଗୁଡ଼ା ଶୀତଳ ଭଣ୍ଡାର ଚାଷୀମାନେ ବିଧାୟକଙ୍କୁ ଡାକିଥିଲେ। ଆଉ ଡାକରା ପାଇ ବିଧାୟକ ମହାଶୟ ସେଠାରେ ପହଞ୍ଚିଥିଲେ। ଓମ୍‌ଫେଡ୍‌ କ୍ଷୀର ନେଉନଥିବା ଚାଷୀମାନେ ତାଙ୍କୁ ଅଭିଯୋଗ କରିଥିଲେ। ପରେ ବିଧାୟକଙ୍କ ସମ୍ମୁଖରେ ଚାଷୀମାନେ ଶହଶହ ଲିଟର କ୍ଷୀର ଢ଼ାଳି ଥିଲେ। ଏ ସବୁ ବିଧାୟକ ଓ ତାଙ୍କ ସମର୍ଥକଙ୍କ ସମ୍ମୁଖରେ ଘଟୁଥିଲା। ଆଜି ୟୁଭି-୧ ବଡ଼ିକୁମାରୀରେ ଶତାଧିକ ଚାଷୀ କ୍ଷୀର କ୍ଷରି ପ୍ରତିବାଦ କରିଛନ୍ତି। ହେଲେ ଜିଲ୍ଲା ପ୍ରଶାସନ ଏଥିପ୍ରତି ତିଳେ ମାତ୍ର ନଜର ଦେଉ ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe