Advertisment

ପୁଅ ପାଇଁ ବାପା ଗଢିଲେ ସ୍ୱର୍ଗଦ୍ୱାର

ପୁଅର ସ୍ମୃତିକୁ ମନେ ରଖିବାକୁ ଯାଇ ନିଜ ପେନସନ ଟଙ୍କାରେ ଗାଁ'ରେ ନିର୍ମାଣ କରିଛନ୍ତି ସ୍ୱର୍ଗଦ୍ୱାର।

author-image
Manoj Swain
ଅଦ୍ୟତନ ହୋଇଛି

ପେନ୍‌ସନ୍ ଅର୍ଥରେ ଶ୍ମଶାନ ନିର୍ମାଣ। ମଶାଣିକୁ ଦେଖିଲେ ହିଁ ଆଖିର ଲୁହ ଆଉ ବୋଲ ମାନୁନି। ସେଦିନର କଥା ଜଳ ଜଳ ହୋଇ ଆଖି ସାମ୍ନାକୁ ଚାଲିଆସୁଛି। ଯେତେବେଳେ ସୁଦୁର କୋଲିକାତାରୁ ପୁଅର ଶବକୁ ଧରି ବାପା ଆସିଥିଲେ ଜନ୍ମ ମାଟି ଗାଁ ମଶାଣିରେ ଶବଦାହ ପାଇଁ। କିନ୍ତୁ ମଶାଣି ଆଣ୍ଠୁଏ ପାଣି ଓ କାଦୁଅରେ ବୁଡି ରହିଥିଲା ନା ଯିବାକୁ ରାସ୍ତା ଥିଲା ନା ଥିଲା ଶବ ରଖିବାକୁ କେଇ ହାତ ଜାଗା। ପୁଅ ଚାଲିଯିବା ଦୁଃଖରେ କୋହ ସମ୍ଭାଳି ପାରୁନଥିବା ଏଇ ବାପା ଜଣକ ଶବଦାହର ଅବ୍ୟବସ୍ଥାକୁ ନେଇ ଆହୁରି ଭାଙ୍ଗି ପଡିଥିଲେ। ଆଉ ସେହିଦିନଠାରୁ ଶପଥ ନେଇଥିଲେ ଯେମିତି କେହି ବି ଶବଦାହ କରିବାକୁ ହଇରାଣ ନ ହେବେ। ସେଥିପାଇଁ ପୁଅର ସ୍ମୃତିକୁ ମନେ ରଖିବାକୁ ଯାଇ ନିଜ ପେନସନ ଟଙ୍କାରେ ଗାଁ'ରେ ନିର୍ମାଣ କରିଛନ୍ତି ସ୍ୱର୍ଗଦ୍ୱାର। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ସାଦକପୁର ପଞ୍ଚାୟତ ବାସିନ୍ଦା ଅବସରପ୍ରାପ୍ତ ସେନା କର୍ମଚାରୀ ରବିନାରାୟଣ ଓଝାଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି।

Advertisment
Odisha Jajpur