କେଉଁଠି ଜାରି ହେଲା ୧୪୪ ଧାରା? ପଢ଼ନ୍ତୁ ପୂରା ରିପୋର୍ଟ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଆଜିଠାରୁ ଆରମ୍ଭ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ଆଜି ମଧ୍ୟ ରାତ୍ରରେ ମା’ଙ୍କ ପୀଠରୁ ଅସ୍ଥାୟୀ ପୀଠକୁ ମା’ଙ୍କ ଘଟକୁ ନିଆଯିବ। ଭିଡ୍‌କୁ ଲକ୍ଷ୍ୟ ପୀଠରେ ୧୪୪ ଜାରି କରାଯାଇଛି। ଶୁକ୍ରବାର ସନ୍ଧ୍ୟା ୬ଟାରୁ ଶନିବାର ସକାଳ ୬ଟା ୧୪୪ ଧାରା ଜାରି ରହିବ। ପରମ୍ପରା ଅନୁସାରେ ମା’ଙ୍କ ବାପଘର ଲୋକ ଯିବେ ଝିଅକୁ ଡାକିବା ପାଇଁ। ଆଉ ସେଠାରୁ ମାଆଙ୍କୁ ଆଣି ଅସ୍ଥାୟୀ ପୀଠରେ ସ୍ଥାପନା କରାଯାଏ। […]

budhi thakurani

budhi thakurani

Manoranjan Sial
  • Published: Friday, 09 April 2021
  • Updated: 09 April 2021, 03:56 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଆଜିଠାରୁ ଆରମ୍ଭ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ଆଜି ମଧ୍ୟ ରାତ୍ରରେ ମା’ଙ୍କ ପୀଠରୁ ଅସ୍ଥାୟୀ ପୀଠକୁ ମା’ଙ୍କ ଘଟକୁ ନିଆଯିବ। ଭିଡ୍‌କୁ ଲକ୍ଷ୍ୟ ପୀଠରେ ୧୪୪ ଜାରି କରାଯାଇଛି। ଶୁକ୍ରବାର ସନ୍ଧ୍ୟା ୬ଟାରୁ ଶନିବାର ସକାଳ ୬ଟା ୧୪୪ ଧାରା ଜାରି ରହିବ।

ପରମ୍ପରା ଅନୁସାରେ ମା’ଙ୍କ ବାପଘର ଲୋକ ଯିବେ ଝିଅକୁ ଡାକିବା ପାଇଁ। ଆଉ ସେଠାରୁ ମାଆଙ୍କୁ ଆଣି ଅସ୍ଥାୟୀ ପୀଠରେ ସ୍ଥାପନା କରାଯାଏ। ପ୍ରଥମ ଦୁଇଦିନ ମା’ ବିଶ୍ରାମ ନିଅନ୍ତି। ତା’ପରେ ରାଜା ଘରକୁ ବୁଲି ଯିବା ପରମ୍ପରା ରହିଛି। ତେବେ ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମା’ଙ୍କୁ ଡାକିବା ସମୟରେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ପକ୍ଷରୁ ୧୪୪ ଧାରା ଲାଗୁ କରିଛନ୍ତି। ମା’ଙ୍କ ମନ୍ଦିର ଠାରୁ ଅସ୍ଥାୟୀ ପୀଠ ପର୍ଯ୍ୟନ୍ତ ଶୁକ୍ରବାର ସନ୍ଧ୍ୟା ୬ ଟାରୁ ଶନିବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ଉପ-ଜିଲ୍ଲାପାଳ କହିଛନ୍ତି। ଅଧିକ ଗହଳି ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ପ୍ରଶାସନ ପକ୍ଷରୁ ମା’ଙ୍କ ଦର୍ଶନ ଲାଗି କୋଭିଡ୍‌ ନିୟମକୁ କଡାକଡି କରିବାକୁ କୁହାଯାଇଛି। ଏପରିକି ଅସ୍ଥାୟୀ ପୀଠରେ ଭୋଗ ନ ବିକିବା କିମ୍ବା ଭୋଗ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବ୍ରହ୍ମପୁରରେ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଧୂମ୍‌ଧାମରେ ପାଳିତ ହୋଇଥାଏ। ଲୋକଙ୍କ ବିଶ୍ୱାସ ମା’ଙ୍କ ଯାତ୍ରାରେ ସାମିଲ ହେଲେ ମନସ୍କାମନା ପୂରଣ ହୁଏ। ସେଥିପାଇଁ ମାଆଙ୍କ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥାନ୍ତି। ତେବେ ଚଳିତବର୍ଷ ଜିଲ୍ଲା ପ୍ରଶାସନ ଏଥିରେ କଟକଣା ଜାରି କରିଛନ୍ତି। ମାହାମାରୀ କରୋନାକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି କଟକଣା ଜାରି କରାଯାଇଛି। ମାଆଙ୍କ ଯାତ୍ରାରେ ସାମିଲ୍‌ ନହେବା ପାଇଁ ଶ୍ରଦ୍ଧାଳୁଙ୍କୁ ଅପିଲ୍‌ କରାଯାଇଛି।

ସେପଟେ କରୋନାର କରାଳ ରୂପକୁ ଦେଖି ଭୟଭୀତ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଗୋପାଳପୁର ଓ ସୁନାପୁର ବେଳାଭୂମିକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଶନିବାର ଓ ରବିବାର ଦୁଇ ଦିନ ପାଇଁ ବେଳାଭୂମି ବନ୍ଦ ରହିବ। ସେହିପରି ସୋମବାର ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ରୋକିବା ଲାଗି ଗଞ୍ଜାମର ମା’ ତାରାତାରଣୀ ପୀଠକୁ ପ୍ରତି ବୁଧବାର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story