Advertisment

‘କରୋନା’ ରୋଗୀଙ୍କ ଗୋପନୀୟତାକୁ ନେଇ ସରକାର କଠୋର, ଗଣମାଧ୍ୟମ ଉପରେ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ପଜେଟିଭ୍ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ, ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ଗୋପନୀୟତାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର କଠୋର ନୀତି ଅବଲମ୍ବନ କରିଛନ୍ତି। ଏଥିପାଇଁ କରୋନା ରୋଗୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ଗଣମାଧ୍ୟମ ଉପରେ ଆଜି କଟକଣା ଜାରି କରିଛନ୍ତି। ଏ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, […]

ଅଦ୍ୟତନ ହୋଇଛି
‘କରୋନା’ ରୋଗୀଙ୍କ ଗୋପନୀୟତାକୁ ନେଇ ସରକାର କଠୋର, ଗଣମାଧ୍ୟମ ଉପରେ କଟକଣା

voro

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ପଜେଟିଭ୍ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ, ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ଗୋପନୀୟତାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର କଠୋର ନୀତି ଅବଲମ୍ବନ କରିଛନ୍ତି। ଏଥିପାଇଁ କରୋନା ରୋଗୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ଗଣମାଧ୍ୟମ ଉପରେ ଆଜି କଟକଣା ଜାରି କରିଛନ୍ତି।

Advertisment

ଏ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ମହାମାରୀ ଆଇନ-୧୮୯୭ର ଧାରା ୨ରେ ପ୍ରଦତ୍ତ କ୍ଷମତା ଓ ଭାରତୀୟ ପ୍ରେସ୍ କାଉନସିଲ ରୁଲସ-୧୭ ଆଧାରରେ ରାଜ୍ୟ ସରକାର କୋଭିଡ୍ -୧୯ରେ ସଂକ୍ରମିତ ହେଉଥିବା ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ କର୍ମଚାରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି। ଏଥିପାଇଁ କେତେକ ନିୟମାବଳୀ ଓ ଓ ପରାମର୍ଶନାମା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି।

କୋଭିଡ-୧୯ ସଂକ୍ରମିତ କୌଣସି ରୋଗୀଙ୍କ ନାଁ ଓ ଠିକଣାକୁ କୌଣସି ପରିସ୍ଥିତିରେ ବି କୌଣସି ଗଣମାଧ୍ୟମରେ ଉଜାଗର କରାଯାଇ ପାରିବ ନାହିଁ। ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ, ୱେବ୍ ଓ ସୋସିଆଲ ମିଡିଆ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ। କୋଭିଡ୍‌-୧୯ରେ ସଂକ୍ରମିତ ବ୍ୟକ୍ତି, ତାଙ୍କର ପରିବାର ବର୍ଗ, ସମ୍ପର୍କୀୟ, ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ଅନ୍ୟ ମେଡିକାଲ ଷ୍ଟାଫଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରଭାବିତ କଲାଭଳି କୌଣସି ଖବର ଗଣମାଧ୍ୟମରେ ପ୍ରକାଶ ପାଇବ ନାହିଁ। ଏହାର ଗୋପନୀୟତା ବଜାୟ ରହିବ। ଏପରିକି ଏସବୁ ବ୍ୟକ୍ତିମାନଙ୍କର ନାମ କିମ୍ବା ଠିକଣାକୁ ମଧ୍ୟ ସାର୍ବଜନୀନ କରାଯାଇପାରିବ ନାହିଁ । କୌଣସି ଗଣମାଧ୍ୟମ ସଂସ୍ଥା ଓ ସୋଶାଲ ମିଡ଼ିଆରେ ଏସବୁ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ ପାଇପାରିବ ନାହିଁ। ଏହାର ଉଲ୍ଲଘଂନକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ।  କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ଏଭଳି ନିର୍ଦ୍ଦେଶାନାମା ପ୍ରତି ଗଣମାଧ୍ୟମ ଯତ୍ନଶୀଳ ରହିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। କୌଣସି ଗଣମାଧ୍ୟମ ସଂସ୍ଥା ଓ ସୋଶାଲ ମିଡ଼ିଆ

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe