୮୧ ଶିଳ୍ପ ଉପରେ ସରକାର ମେହେରବାନ୍ : ବକେୟା ୩୮୦୫କୋଟି, ଆଦାୟ ହେବ ମାତ୍ର ୮୯୨କୋଟି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରାୟ ୮୧ଟି ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ରାଜ୍ୟ ସରକାର ଏବେ ଅଧିକ ମେହେରବାନ୍ ହୋଇଛନ୍ତି । ସେମାନଙ୍କ ଉପରେ ଜଳକର ଓ ଲାଇସେନ୍ସ ଫି’ ବାବଦରେ ବକେୟା ଥିବା ୩୮୦୫କୋଟି ଟଙ୍କା ବଦଳରେ ମାତ୍ର ୮୯୨.୬୦କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ କ୍ୟାବିନେଟରେ ଖୁବଶୀଘ୍ର ବିଧିବଦ୍ଧ ପ୍ରସ୍ତାବ ଆଣି ଏସବୁ ଶିଳ୍ପ ସଂସ୍ଥାଗୁଡ଼ିକୁ ଜଳକର ବକେୟାରୁ ଆଶ୍ୱସ୍ତି ଦେବେ ବୋଲି ଜଣାପଡ଼ିଛି। ଜଳସମ୍ପଦ […]

industry-1..

industry-1..

Ordigital Desk
  • Published: Thursday, 29 July 2021
  • Updated: 29 July 2021, 10:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରାୟ ୮୧ଟି ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ରାଜ୍ୟ ସରକାର ଏବେ ଅଧିକ ମେହେରବାନ୍ ହୋଇଛନ୍ତି । ସେମାନଙ୍କ ଉପରେ ଜଳକର ଓ ଲାଇସେନ୍ସ ଫି’ ବାବଦରେ ବକେୟା ଥିବା ୩୮୦୫କୋଟି ଟଙ୍କା ବଦଳରେ ମାତ୍ର ୮୯୨.୬୦କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ କ୍ୟାବିନେଟରେ ଖୁବଶୀଘ୍ର ବିଧିବଦ୍ଧ ପ୍ରସ୍ତାବ ଆଣି ଏସବୁ ଶିଳ୍ପ ସଂସ୍ଥାଗୁଡ଼ିକୁ ଜଳକର ବକେୟାରୁ ଆଶ୍ୱସ୍ତି ଦେବେ ବୋଲି ଜଣାପଡ଼ିଛି।

ଜଳସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୋଟ ୬୨୭ଟି ଶିଳ୍ପ ସଂସ୍ଥା ଉପରେ ୨୦୨୦ ମାର୍ଚ୍ଚ ୩୧ତାରିଖ ସୁଦ୍ଧା କେବଳ ଜଳକର ଓ ଳାଇସେନ୍ସ ଫି’ ବାବଦରେ ମୋଟ ୩୯୩୬.୮୬କୋଟି ଟଙ୍କା ବକେୟା ରହିଛି। ସେଥିରୁ କେବଳ ୮୧ଟି ଶିଳ୍ପ ସଂସ୍ଥା ଉପରେ ୩୮୦୫.୩୯କୋଟି ଟଙ୍କା(୯୬.୬୬ %) ଅର୍ଥ ବାକି ରହିଛି। ତେବେ ଏହି ବକେୟା ଅର୍ଥ ଭିତରେ ମୂଳ ବକେୟା ରାଶି, ସୁଧ ଓ ଜୋରିମାନାକୁ ସାମିଲ କରାଯାଇନି। ଜଳସମ୍ପଦ ବିଭାଗ ଏହି ଶିଳ୍ପ ସଂସ୍ଥାଗୁଡ଼ିକଠାରୁ ମୂଳ ବକେୟା ରାଶି, ସୁଧ ଓ ଜୋରିମାନାକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ନୀତିଗତ ନିଷ୍ପତ୍ତି ନେଇସାରିଛି । ଆଉ କେବଳ ସେମାନଙ୍କ ଉପରେ ବାକି ଥିବା ଜଳକର ଓ ଲାଇସେନ୍ସ ଫି’କୁ ଓଟିଏସ(ୱାନ୍ ଟାଇମ୍ ସେଟେଲମେଣ୍ଟ) ଆକାରରେ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଥିବାବେଳେ ଖୁବଶୀଘ୍ର ଏନେଇ କ୍ୟାବିନେଟ୍ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯିବ।

ଜଳସମ୍ପଦ ବିଭାଗ ପକ୍ଷରୁ ୮୧ଟି ଶିଳ୍ପ ସଂସ୍ଥା ଉପରେ ଥିବା ବାକିର ହିସାବ କରାଯାଇଥିବାବେଳେ ଅନ୍ୟ ୫୪୬ଟି ସଂସ୍ଥାର ବକେୟା ହିସାବ ତୁରନ୍ତ ଶେଷ କରିବାକୁ ବିଭାଗୀୟ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।  ଶିଳ୍ପ ସଂସ୍ଥା ଉପରେ ଥିବା ମୂଳ ବକେୟା, ସୁଧ ଓ ଜୋରିମାନାକୁ ସମ୍ପୂର୍ଣ୍ଣ ଛାଡ଼ କରି ଜଳକର/ଲାଇସେନ୍ସ ଫି’ ବାବଦରେ କେତେ କ୍ଷତି ସରକାରଙ୍କୁ ସହିବାକୁ ପଡ଼ୁଛି ତାହା ଆକଳନ କରିବା ସମେତ ଏହାକୁ ନେଇ ରହିଥିବା କୋର୍ଟ କେସଗୁଡ଼ିକର ସ୍ଥିତିର ସମୀକ୍ଷା କରିବାକୁ ମଧ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ଜଳସମ୍ପଦ ବିଭାଗର ଇଆସିଙ୍କ ଅଧ୍ୟକ୍ଷତାରେ ଟେକନିକାଲ କମିଟି ଗଠିତ ହୋଇଛି ଓ ଥିରେ ଅର୍ଥ, ଶିଳ୍ପ, ଶକ୍ତି, ଆଇନ, ମତ୍ସ୍ୟ ପଶୁସମ୍ପଦ,ଜଳସମ୍ପଦ ବିଭାଗର ଅଧିକାରୀମାନେ ସଦସ୍ୟ ରହିବେ। ଏହି କମିଟି ରିପୋର୍ଟ ଦେବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା କ୍ୟାବିନେଟ ଚିଠା ପ୍ରସ୍ତାବରେ ଏହାକୁ ସାମିଲ କରାଯିବ ତଥା ଅର୍ଥ ବିଭାଗ ଉଠାଇଥିବା ପ୍ରସଙ୍ଗ(ମୂଳ ବକେୟା, ସୁଧ ଓ ଜୋରିମାନାର ହିସାବକୁ ସାମିଲ) ମଧ୍ୟ ଉଳ୍ଲେଖ କରାଯିବ।
ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବକେୟା ଜଳକର ଓ ଳାଇସେନ୍ସ ଫି’ ରୁ ଓଟିଏସ୍ ମାଧ୍ୟମରେ ମାତ୍ର ୨୩.୪୫% ଅର୍ଥ ଅର୍ଥାତ୍ ୮୯୨.୬୦କୋଟି ଟଙ୍କା ଆଦାୟ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story