Advertisment

ଆଦିବାସୀଙ୍କ ଦୁଃଖ ଶୁଣିଲାନି ସରକାର, ବାଧ୍ୟ ହୋଇ କୂଅ ଖୋଳିଲେ

ସରକାର ତ ଶୁଣିଲେ ନାହିଁ, ତେଣୁ ନିଜ ଝାଳବୁହା ଧନରେ ନିଜେ ପାଣି ପିଉଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ସ୍ଥିତ ବାଉଁଶଗୁଡା ଗାଁ ଲୋକେ। ପିଇବା ପାଇଁ ମୁନ୍ଦାଏ ପାଣି ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରୀ କରି କରି ଥକି ପଡ଼ିଲେ।

author-image
Manoj Swain

ଓଡ଼ିଶା ଧନୀ। ଶାସନରେ ଥିବା ଦଳ ବି ଧନୀ। ହେଲେ ଓଡ଼ିଶାବାସୀ ଗରିବ। ଯାହାର ଜ୍ୱଳନ୍ତ ଛବି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ଅଧିନସ୍ଥ ବାଉଁଶ ଗୁଡା ଗାଁ’ରେ ଦେଖିବାକୁ ମିଳିଛି। ଏଠାରେ ୮୦ ଆଦିବାସୀ ପରିବାର ରୁହନ୍ତି। ଲୋକସଂଖ୍ୟା ପ୍ରାୟ ୬ଶହ ହେବ। ହେଲେ ସେମାନଙ୍କୁ ମିଳୁନି ପାନୀୟଜଳ ସୁବିଧା। ଜିଲ୍ଲା ପ୍ରଶାସନ ଠାରୁ ସରକାରଙ୍କ ପର୍ଯ୍ୟନ୍ତ କେତେ ଗୁହାରି କଲେ। ହେଲେ କେହିବି ଶୁଣିଲେଣି। ନାଳର ଗୋଳିଆ ପାଣି ପିଇ ରୋଗ ବ୍ୟାଧିରେ ପଡ଼ୁଥିବା ଏଠାକାର ଲୋକେ ଶେଷରେ ଏକାଠି ହୋଇ ଏକ କୂଅ ଖୋଳି ଦେଇଛନ୍ତି। କୂଅରୁ ବାହାରୁଛି ପରିଷ୍କାର ଓ ମିଠା ପାଣି। ଯାହା ପରେ ସେମାନେ ଏବେ ଖୁବ୍‌ ଖୁସୀ।

Advertisment
Odisha Poverty