/odisha-reporter/media/post_attachments/uploads/2020/03/da-1.jpg)
da
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ମଚାରୀମାନଙ୍କ ଚାପରେ ରାଜ୍ୟ ସରକାର ନିଜର ନିଷ୍ପତ୍ତି ବଦଳାଇଛନ୍ତି। କର୍ମଚାରୀଙ୍କୁ ୨୦୨୦ ଜାନୁୟାରୀ ପହିଲା ପରିବର୍ତ୍ତେ ୨୦୧୯ ଜୁଲାଇ ୧ରୁ ମହଙ୍ଗା ଭତ୍ତା ମିଳିବ। ଆଜି ଏନେଇ ସଂଶୋଧିତ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟ କର୍ମଚାରୀମାନେ ୨୦୧୯ ଜୁଲାଇ ପହିଲାରୁ ୧୨ ପ୍ରତିଶତ ପରିବର୍ତ୍ତେ ୧୭ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ପାଇବେ।
ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୦ ଫେବୃୟାରୀ ୧୪ତାରିଖରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ଆଜି ସଂଶୋଧନ କରିଛନ୍ତି। ପୂର୍ବରୁ ରାଜ୍ୟ କର୍ମଚାରୀଙ୍କୁ ୨୦୨୦ ଜାନୁୟାରୀ ପହିଲାରୁ ଅତିରିକ୍ତ ୫ ପ୍ରତିଶତ ମହଙ୍ଗା ଭତ୍ତା ଦେବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ କର୍ମଚାରୀମାନଙ୍କ ବିରୋଧ ପରେ ସରକାର ଆଜି ସଂଶୋଧିତ ବିଜ୍ଞପ୍ତି ଜାରି କରି ଏହି ୫ ପ୍ରତିଶତ ମହଙ୍ଗା ଭତ୍ତାକୁ ୨୦୧୯ ଜୁଲାଇ ପହିଲାରୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀମାନେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ଚଳିତ ମାର୍ଚ୍ଚ ମାସ ଦରମାରେ ପାଇବେ। ପ୍ରାୟ ସାଢ଼େ ୩ଲକ୍ଷ ନିୟମିତ କର୍ମଚାରୀଙ୍କୁ ଫାଇଦା ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
