pic
କାମାକ୍ଷାନଗର(ବିଦ୍ୟାଧର ବରାଳ): ଦଣ୍ଡ ମୁକ୍ତ ଅଞ୍ଚଳରେ ଦିଆଯାଉଛି ଅକଥନୀୟ ଦଣ୍ଡ । ଆଖିରୁ ଲୁହ ଝରାଉଛନ୍ତି କୋମଳମତି ପିଲା। ଛୋଟ ଛୋଟ ପିଲାଙ୍କୁ ବୁଝାଇଶୁଝାଇ ପାଠ ପଢ଼ାଇବା ବଦଳରେ ସେମାନଙ୍କୁ ଲୁହା ରଡରେ ପିଟିଛନ୍ତି ଖୋଦ ପ୍ରଧାନଶିକ୍ଷୟିତ୍ରୀ। ଏଥିସହ ଏସିଡ ପକାଇ ମାରିଦେବାର ଧମକ ବି ଦେଉଛନ୍ତି । ଫଳରେ ଅସହ୍ୟ ଯନ୍ତ୍ରଣା ସାଙ୍ଗକୁ ମାନସିକ ରୂପେ ଭାଙ୍ଗି ପଡ଼ିଥିବା ଛୋଟ ପିଲା ଆଉ ସ୍କୁଲ ଯିବାକୁ ମଙ୍ଗୁ ନାହାନ୍ତି।
ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପୁରୁଣାରେକୁଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟିଛି। ତୁରନ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପଲତା ଶତପଥୀଙ୍କ ବଦଳି କରା ନ ଗଲେ ସ୍କୁଲରେ ତାଲା ପକାଇବା ସହ ପିଲାଙ୍କୁ ଆଉ ପାଠ ପଢ଼ିବାକୁ ଛାଡ଼ିବେନି ବୋଲି କହିଛନ୍ତି ଅଭିଭାବକ ।
ସୂଚନାଯୋଗ୍ୟ, ଗତକାଲି ପ୍ରଧାନଶିକ୍ଷୟିତ୍ରୀ ପଞ୍ଚମ ଶ୍ରେଣୀକୁ ଯାଇଥିବା ବେଳେ ସେଠାରେ କୌଣସି କାରଣକୁ ନେଇ କ୍ରୋଧିତ ହୋଇପଡ଼ିଥିଲେ। ଏହାପରେ ଏକ ଲୁହା ରଡ଼ ଆଣି ପିଲାଙ୍କୁ ଆଖି ବୁଜା ପିଟିବାକୁ ଲାଗିଲେ।
ସ୍କୁଲ ଛୁଟି ପରେ ପିଲାମାନେ କାନ୍ଦି କାନ୍ଦି ଘରେ ସବୁ କଥା କହିଥିଲେ। ଏହାପରେ ଉତ୍ତ୍ୟକ୍ତ ଅଭିଭାବକମାନେ ସ୍କୁଲ ଘେରିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅଟକ ରଖିଥିଲେ । ତୁରନ୍ତ ଏହି ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି କରା ନ ଗଲେ ପିଲାଙ୍କୁ ଆଉ ସ୍କୁଲ ଛାଡ଼ିବେନି ବୋଲି ଖୋଲାଖୋଲି ଭାବେ କହିଥିଲେ।
କାମାକ୍ଷାନଗର ବ୍ଲକ ଏବିଓ ପୁରୁଣାରେକୁଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଘଟଣାର ତଦନ୍ତ କରାଯାଇ ଆକ୍ସନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବିଓଙ୍କ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆନ୍ଦୋଳନରୁ ଓହରିଥିଲେ ।
ପ୍ରଧାନଶିକ୍ଷୟିତ୍ରୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣେ ଛାତ୍ରୀ କହିଛନ୍ତ, ସେ ଆମକୁ ଲୁହା ରଡରେ ବାଡ଼େଇଲେ। କହିଲେ ଏସିଡ ପକାଇ ମାରିଦେବି। ଆମେ ଆଉ ତାଙ୍କ ପାଖରେ ପଢ଼ିବୁନି ।
[caption id="attachment_770531" align="aligncenter" width="650"]
ନିର୍ଯାତନାର ଶିକାର ହୋଇଥିବା ଛାତ୍ରଛାତ୍ରୀ ।[/caption]
ଏହି ଘଟଣାକୁ ଅସ୍ୱୀକାର କରୁଥିବା ପୁରୁଣାରେକୁଳା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଲତା ଶତପଥୀ କହିଛନ୍ତି, ମୁଁ ପିଲାଙ୍କୁ ଲୁହା ରଡ଼ରେ ମାରିନି। ମୋ ବିରୋଧରେ ଷଡଯନ୍ତ୍ର ହୋଇଛି । ପିଲାଙ୍କୁ ଶାସନ ନ ହେଲେ ଭବିଷ୍ୟତରେ ଏକ ଖରାପ ସମାଜ ହେବ । ବାପାମା’ ଯେମିତି ତାଙ୍କ ପିଲାମାନଙ୍କୁ ଘରେ ଶାସନ କରୁଛନ୍ତି, ଆମକୁ ବି ସେମିତି ଅନୁମତି ମିଳିବା ଦରକାର। ନଚେତ କୌଣସି ସ୍କୁଲରେ ଗୁରୁ ଦିବସ ପାଳନ କରାଯିବା ଉଚିତ ନୁହେଁ। ପିଲାମାନେ ଘରେ ରୁହନ୍ତୁ, ସ୍କୁଲ ବନ୍ଦ କରି ଦିଆଯାଉ ।
ଏନେଇ କାମାକ୍ଷାନଗର ଏବିଓ କୃଷ୍ଣଚନ୍ଦ୍ର ଭୋଇ କହିଛନ୍ତି, ଖବର ପାଇ ଆସିଲି। ଏଠାରେ ପିଲାମାନଙ୍କ ଶରୀରରେ କ୍ଷତ ଥିବା ଦେଖିବାକୁ ପାଇଲି। ଅଭିଭାବକମାନେ ତାଙ୍କ ବଦଳି ଦାବି କରୁଛନ୍ତି। ତଦନ୍ତ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ଦେବି । ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/hmmp.jpg)