ମାଟିରେ ଗଡୁଛି ଗରୀବଙ୍କ ହକ୍ | Odisha Reporter
Advertisment
ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟକାର୍ଡ ଆସୁଛି। ହେଲେ ଏହାର ସଠିକ ବିନିଯୋଗ ହୋଇପାରୁ ନାହିଁ। ଲୋକମାନଙ୍କୁ ନ ଦେଇ ଅଳିଆ ଗଦାରେ ପକାଇ ଦିଆଯାଉଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ। ଏହି କାର୍ଡ କେବେଠୁ ଅଳିଆ ଗଦାରେ ପଡ଼ିଛି, କିଏ କାର୍ଡ ଗୁଡ଼ିକ ଅଳିଆ ଗଦାରେ ପକାଇଛି ତାହା ଜଣାପଡ଼ିନାହିଁ। ତେବେ କାର୍ଡ ଗୁଡ଼ିକ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ବୋଲି ଜଣାପଡିଛି। ଅନ୍ୟପଟେ ଏନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us