Advertisment

ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ: ଆଉ ୯୩ଟି ହସ୍ପିଟାଲରେ ଖୋଲୁ ଆହାର କେନ୍ଦ୍ର, ସବୁଦିନ ରହୁ ଖୋଲା

ପ୍ରଥମ ପର୍ଯ୍ୟାୟରେ ଫାଇଭ-ଟି ଟ୍ରାନ୍ସଫରମେସନ ‘ଆମ ହସ୍ପିଟାଲ’ରେ ସାମିଲ ହୋଇଥିବା ରାଜ୍ୟର ସମସ୍ତ ୧୪୭ଟି ସରକାରୀ ହସ୍ପିଟାଲ(ବ୍ଲକରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ) ମଧ୍ୟରୁ ବାକି ଥିବା ୯୩ଟି ହସ୍ପିଟାଲରେ ଆହାର କେନ୍ଦ୍ର ଖୋଲିବା ସହ ଏହା ସପ୍ତାହକ ୭ଦିନ ଯାକ ଖୋଲା ରହୁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଚିଠି ଲେଖି ନଗର ଉନ୍ନୟନ ସଚିବ ଜି ମାଥିଭାଥାନନଙ୍କୁ ଅନୁରୋଧ କରିଛନ୍ତି ।

Ahara Kendra

ଶ୍ରୀମତୀ ପଣ୍ଡିତ ଚିଠିରେ ଦର୍ଶାଇଛନ୍ତି ଯେ, ଫାଇଭ-ଟି ଅନ୍ତର୍ଗତ ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୪୭ଟି ହସ୍ପିଟାଲର ଉନ୍ନୀତିକରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସମସ୍ତ ଉନ୍ନୀତିକରଣ କାର୍ଯ୍ୟ ଚଳିତବର୍ଷ ଅକ୍ଟୋବର ୩୧ତାରିଖ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁ ୧୪୭ଟି ହସ୍ପିଟାଲକୁ ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ସାମିଲ ପାଇଁ ଚିହ୍ନଟ କରାଯାଇଛି ସେଥିରୁ ୫୪ଟି ହସ୍ପିଟାଲରେ ଏବେ ଆହାର କେନ୍ଦ୍ର କାର୍ଯ୍ୟକ୍ଷମ ଅଛି । ବାକି ୯୩ଟି ହସ୍ପିଟାଲରେ ଆହାର କେନ୍ଦ୍ର ନାହିଁ ।

ଏହି ଆହାର କେନ୍ଦ୍ରଗୁଡ଼ିକ ଯେହେତୁ ରୋଗୀମାନଙ୍କ ସହାୟକଙ୍କ ପାଇଁ ବେଶ୍ ଉପଯୋଗୀ ହେଉଛି ତେଣୁ ଏହି ୯୩ଟି ହସ୍ପିଟାଲରେ କିଭଳି ଆହାର କେନ୍ଦ୍ର ଖୋଲିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମାଥିଭାଥାନନଙ୍କୁ ଶ୍ରୀମତୀ ପଣ୍ଡିତ ଅନୁରୋଧ କରିଛନ୍ତି । ଆହାର କେନ୍ଦ୍ରଗୁଡ଼ିକ ରବିବାର ବନ୍ଦ ରହୁଥିବାରୁ ରୋଗୀଙ୍କ ସହାୟକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ହସ୍ପିଟାଲଗୁଡ଼ିକ ସବୁଦିନ ଖୋଲା ରହୁଥିବା ତଥା ଏଠାକୁ ସବୁଦିନେ ରୋଗୀ ଆସୁଥିବାରୁ ଆହାର କେନ୍ଦ୍ରଗୁଡ଼ିକ ୭ଦିନ ଯାକ ଖୋଲା ରଖିବା ଦିଗରେ ବିଚାର କରିବାକୁ ଶ୍ରୀ ପଣ୍ଡିତ ଅନୁରୋଧ କରିଛନ୍ତି ।

Advertisment
Odisha Government Odisha Governance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe