Advertisment

Strike: ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ, ପାଠପଢ଼ା କିପରି ହେଉଛି ବୋଲି କଲେ ପ୍ରଶ୍ନ

ଓଡ଼ିଶା ସରକାରୀ କର୍ମଚାରୀ ସର୍ଭିସ କଣ୍ଡକ୍ଟ ରୁଲ ୧୯୫୯ର ଧାରା ୮ ଅନୁଯାୟୀ ସରକାରୀ କର୍ମଚାରୀମାନେ ଧର୍ମଘଟ ବା ଆନ୍ଦୋଳନ କରି ପାରିବେ ନାହିଁ। ସେମାନଙ୍କର ଯାହା ଆପତ୍ତି ଅଭିଯୋଗ ରହିଛି, ସେମାନେ ସରକାରଙ୍କ ଦ୍ୱାରା ସ୍ଥିରିକୃତ ପ୍ରକ୍ରିୟା ମଧ୍ୟରେ ଉପସ୍ଥାପିତ କରିପାରିବେ।

Odisha Hight Court
Advertisment

ଭୁବନେଶ୍ୱରର ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଥିବା ବେଳେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ଆଗକୁ ପରୀକ୍ଷା ଥିବା ବେଳେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ସ୍କୁଲରେ ପାଠପଢ଼ା କିପରି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ।

Advertisment

ସରକାରୀ କର୍ମଚାରୀଙ୍କୁ ଆନ୍ଦୋଳନ ମନା ସମ୍ପର୍କିତ ଏକ ଜନସ୍ୱାର୍ଥ ମମାଲାର ଶୁଣାଣି କରିବା ବେଳେ ଆଜି ଏହି  ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ଏହା ସହିତ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ ନେଇ ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ସଚିବଙ୍କ ସମେତ ଓଏଏସ୍‌ ସଂଘ ଏବଂ ରାଜ୍ୟ ଅମଲା ସଂଘକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ।

ଓଡ଼ିଶା ସରକାରୀ କର୍ମଚାରୀ ସର୍ଭିସ କଣ୍ଡକ୍ଟ ରୁଲ ୧୯୫୯ର ଧାରା ୮ ଅନୁଯାୟୀ ସରକାରୀ କର୍ମଚାରୀମାନେ ଧର୍ମଘଟ ବା ଆନ୍ଦୋଳନ କରି ପାରିବେ ନାହିଁ। ସେମାନଙ୍କର ଯାହା ଆପତ୍ତି ଅଭିଯୋଗ ରହିଛି, ସେମାନେ ସରକାରଙ୍କ ଦ୍ୱାରା ସ୍ଥିରିକୃତ ପ୍ରକ୍ରିୟା ମଧ୍ୟରେ ଉପସ୍ଥାପିତ କରିପାରିବେ। ତେବେ ଏହି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯାଉନାହିଁ ବୋଲି ଆବେଦନକାରୀ ପ୍ରତାପ ଚନ୍ଦ୍ର ସାହୁ ଦର୍ଶାଇଛନ୍ତି। 

Advertisment

ରାଜ୍ୟର ବିଭିନ୍ନ ସରକାରୀ କର୍ମଚାରୀ ସଂଘ ଆନ୍ଦୋଳନ ବା ଧର୍ମଘଟ କରି ବ୍ୟବସ୍ଥାକୁ ସ୍ଥାଣୁ କରିଦେଉଥିବା ସେ ଅଭିଯୋଗ କରିଛନ୍ତି।  ଭୁବନେଶ୍ୱର ମହାନଗର ନିଗମ ଗଣ୍ଡଗୋଳ ସମୟରେ ଓଏଏସ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ଓ ରାଜ୍ୟ ଅମଲା ସଂଘର ୧୫ ଦିନିଆ ଧର୍ମଘଟ ଘଟଣାକୁ ଆବଦେନକାରୀ ପ୍ରତାପ ଚନ୍ଦ୍ର ସାହୁ ଦୃଷ୍ଟାନ୍ତ ଭାବେ ଦର୍ଶାଇଥିଲେ। 

ଆଜି ମମାଲର ପ୍ରାରମ୍ଭିକ ଶୁଣାଣି ସମୟରେ ଏବେ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କ ପ୍ରସଙ୍ଗ ଉଠିଥିଲା।  ୧୫ରୁ୨୦ ହଜାର ଶିକ୍ଷକ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲା ବେଳେ ପିଲାଙ୍କ ପାଠପଢ଼ା କିପରି ହେଉଛି ବୋଲି ପ୍ରଶ୍ନ କରିଥିଲେ ହାଇକୋର୍ଟ। 

ଆସନ୍ତା ସପ୍ତାହରେ ମମାଲର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe