Advertisment

ଅଧା ରାଜ୍ୟ ଜଳୁଛି, ଟ୍ୱିନ ସିଟିରେ ୪୦ ଡିଗ୍ରୀ ଟପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶରୁ ଗଳୁଛି ନିଆଁ। ଯେଉଁଥିରେ ଅଧା ରାଜ୍ୟ ଜଳୁଛି। ବୈଶାଖ ମାସର ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ ମଙ୍ଗଳବାର ଭୁବନେଶ୍ୱର ଓ କଟକର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ୱିନି ସିଟିର ତାପମାତ୍ର ୪୦ ଡିଗ୍ରୀ ଡେଇଁଛି। ଭୁବନେଶ୍ୱରରେ ୪୦.୨ ଓ କଟକରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆଜି ଅନୁଗୋଳ ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। […]

author-image
Niranjan Mishra
ଅଦ୍ୟତନ ହୋଇଛି
ଏପ୍ରିଲରେ ରେକର୍ଡ଼ ଭାଙ୍ଗିଲା ତାତି

heatwave

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶରୁ ଗଳୁଛି ନିଆଁ। ଯେଉଁଥିରେ ଅଧା ରାଜ୍ୟ ଜଳୁଛି। ବୈଶାଖ ମାସର ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ ମଙ୍ଗଳବାର ଭୁବନେଶ୍ୱର ଓ କଟକର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ୱିନି ସିଟିର ତାପମାତ୍ର ୪୦ ଡିଗ୍ରୀ ଡେଇଁଛି। ଭୁବନେଶ୍ୱରରେ ୪୦.୨ ଓ କଟକରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆଜି ଅନୁଗୋଳ ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ଦିନର ସର୍ବାଧିକ ତାପମାତ୍ର ୪୩.୫ ଡିଗ୍ରୀ ରହିଥିଲା।

Advertisment

ଆଜି ରାଜ୍ୟର ମୋଟ ୨୧ ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗୀରରେ ୪୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ସମେତ ସୁନ୍ଦରଗଡ ଓ ଢେଙ୍କାନାଳରେ ୪୨, ଝାରସୁଗୁଡାରେ ୪୧.୮, କେନ୍ଦୁଝରଗଡ଼ରେ ୪୧, ସମ୍ବଲପୁରରେ ୪୧.୩, ସୋନପୁରରେ ୪୧.୬, ନୟାଗଡରେ ୪୦.୫, କେନ୍ଦ୍ରାପଡାରେ ୪୦.୫, ଭଦ୍ରକ ସମେତ ଦେବଗଡ, ନୂଆପଡା ଓ ଯାଜପୁରରେ ୪୦, ବାରିପଦାରେ ୪୨, ଟିଟିଲାଗଡରେ ୪୧.୭, ଭବାନୀପାଟଣାରେ ୪୧ ଓ ହୀରାକୁଦରେ ୪୦.୭ ଡିଗ୍ରୀ ତାପମାତ୍ରା ରହିଥିଲା।

ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ଏଭଳି ରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି।

Advertisment

https://twitter.com/mcbbsr/status/1516045106348199944?s=20&t=htun7pK0VDlzGIraleoOgg