Advertisment

କୁକୁଡ଼ା ଖାଇବାକୁ ଆସି ଯନ୍ତାରେ ପଡ଼ିଲା ବାଘ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ସୃଷ୍ଟି କରିଥିବା ଏକ କଲରାପତରିଆ ବାଘ ଶେଷରେ ଯନ୍ତାରେ ପଡ଼ିଛି। ବିମାନବନ୍ଦରର କାର୍ଗୋ ଗେଟ୍ ପାଖରେ ବସା ଯାଇଥିବା ଯନ୍ତାରୁ କୁକୁଡ଼ା ଖାଇବାକୁ ଆସି ଧରାପଡ଼ିଛି ଏହି ବାଘ। ଧରାପଡ଼ିବା ପରେ ବାଘକୁ ନନ୍ଦନକାନନ ସ୍ଥାନାନ୍ତର କରାଯାଇଛି। ଗତ ରବିବାର ରାତିରେ ଏୟାରପୋର୍ଟ ନିକଟବର୍ତ୍ତୀ ପଲ୍ଲାସପଲ୍ଲୀ ଅଞ୍ଚଳରେ ଏହି କଲରାପତରିଆ ବାଘ ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ବାଘକୁ ଧରିବା ପାଇଁ […]

author-image
Rakesh Mallick
ଅଦ୍ୟତନ ହୋଇଛି
କୁକୁଡ଼ା ଖାଇବାକୁ ଆସି ଯନ୍ତାରେ ପଡ଼ିଲା ବାଘ

tiger

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ସୃଷ୍ଟି କରିଥିବା ଏକ କଲରାପତରିଆ ବାଘ ଶେଷରେ ଯନ୍ତାରେ ପଡ଼ିଛି। ବିମାନବନ୍ଦରର କାର୍ଗୋ ଗେଟ୍ ପାଖରେ ବସା ଯାଇଥିବା ଯନ୍ତାରୁ କୁକୁଡ଼ା ଖାଇବାକୁ ଆସି ଧରାପଡ଼ିଛି ଏହି ବାଘ। ଧରାପଡ଼ିବା ପରେ ବାଘକୁ ନନ୍ଦନକାନନ ସ୍ଥାନାନ୍ତର କରାଯାଇଛି।

Advertisment

ଗତ ରବିବାର ରାତିରେ ଏୟାରପୋର୍ଟ ନିକଟବର୍ତ୍ତୀ ପଲ୍ଲାସପଲ୍ଲୀ ଅଞ୍ଚଳରେ ଏହି କଲରାପତରିଆ ବାଘ ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ବାଘକୁ ଧରିବା ପାଇଁ ଗତକାଲି ବନବିଭାଗ ଆରମ୍ଭ କରିଥିଲା ‘‘ଅପରେସନ୍‌ ଲେପାର୍ଡ’। ଏଥିପାଇଁ ପୁରୁଣା ଏୟାରପୋର୍ଟକୁ ଯାଇଥିବା ରାସ୍ତାକୁ ସଂପୂର୍ଣ୍ଣ ସିଲ୍‌ କରି ଦିଆଯାଇଥିଲା।

ବନବିଭାଗ ଟିମ୍‌ ଯନ୍ତା, ଟ୍ରାପିଂ ନେଟ୍‌ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌ ସହ ପ୍ରସ୍ତୁତ ରହିଥିଲେ। ବାଘକୁ ଆକୃଷ୍ଟ କରିବା ପାଇଁ ଯନ୍ତାରେ ଛେଳି ଓ କୁକୁଡ଼ା ଆଦି ଛଡ଼ାଯାଇଥିଲା। ଏହାଛଡ଼ା ବାଘ ଦେଖାଯାଇଥିବା ଅଞ୍ଚଳରେ ସିସିଟିଭି ମଧ୍ୟ ଲଗା ଯାଇଥିଲା।

Advertisment

ଏୟାରପୋର୍ଟର ଘଞ୍ଚ ବୁଦାଥିବା ଅଞ୍ଚଳର ସ୍ୟାଟେଲାଇଟ୍‌ ଫୁଟେଜ୍‌କୁ ଆକଳନ କରିବା ପରେ ଅପରେସନ୍‌ ଆରମ୍ଭ କରାଯାଇଥିଲା। ବନବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଓୟୁଏଟିର ଭେଟ୍ରିନାରୀ ଡାକ୍ତର ବି ଏଥିରେ ସାମିଲ ହୋଇଥିଲେ। ବାଘ ଯେପରି ଜନବସତି ଭିତରକୁ ନ ପଶିବ ଓ ବାଘ ସହିତ ସାଧାରଣ ଲୋକଙ୍କ ଜୀବନ ଯେପରି ସୁରକ୍ଷିତ ରହିବ, ତାକୁ ଏହି ଅପରେସନ୍ ବେଳେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ- ଭୁବନେଶ୍ୱରରେ କଲରାପତରିଆ ବାଘ, ସିସିଟିଭିରେ କଏଦ୍‌