ଗାଁ ମୁଣ୍ଡରୁ ପୌରାଧ୍ୟକ୍ଷଙ୍କ ସାନଭାଇ ନିଖୋଜ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଗତକାଲି ସନ୍ଧ୍ୟା ବେଳଠୁ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ସାନଭାଇ ପ୍ରମୋଦ ସାହୁ ନିଖୋଜ ଅଛନ୍ତି । ତାଙ୍କର କୌଣସି ପତ୍ତା ମିଳୁ ନ ଥିବା ବେଳେ ଆଶା ଆଶଙ୍କାରେ ରହିଛନ୍ତି ପରିବାର ଲୋକେ। ନିଖୋଜ ବ୍ୟକ୍ତିଜଣକ ହେଉଛନ୍ତି ୪୩ ବର୍ଷ ବୟସ୍କ ପ୍ରମୋଦ ସାହୁ । ପ୍ରମୋଦ ଗତକାଲି ରାତି ପ୍ରାୟ ୮ଟା ସମୟରେ ନିଜ ଗାଁ ଇଚ୍ଛାପୁର ଛକକୁ ଯାଇଥିଲେ। ସେଠାରେ ସେ ବୁଲାବୁଲି କରୁଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ […]

pramod-sahoo

pramod-sahoo

Niharika Rout
  • Published: Friday, 02 September 2022
  • Updated: 02 September 2022, 01:57 PM IST

Sports

Latest News

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଗତକାଲି ସନ୍ଧ୍ୟା ବେଳଠୁ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ସାନଭାଇ ପ୍ରମୋଦ ସାହୁ ନିଖୋଜ ଅଛନ୍ତି । ତାଙ୍କର କୌଣସି ପତ୍ତା ମିଳୁ ନ ଥିବା ବେଳେ ଆଶା ଆଶଙ୍କାରେ ରହିଛନ୍ତି ପରିବାର ଲୋକେ। ନିଖୋଜ ବ୍ୟକ୍ତିଜଣକ ହେଉଛନ୍ତି ୪୩ ବର୍ଷ ବୟସ୍କ ପ୍ରମୋଦ ସାହୁ ।

ପ୍ରମୋଦ ଗତକାଲି ରାତି ପ୍ରାୟ ୮ଟା ସମୟରେ ନିଜ ଗାଁ ଇଚ୍ଛାପୁର ଛକକୁ ଯାଇଥିଲେ। ସେଠାରେ ସେ ବୁଲାବୁଲି କରୁଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ  ଫେରି ନ ଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ତାଙ୍କୁ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯିବାରୁ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଆସିଥିଲା।

ପରିବାର ଲୋକେ ଏନେଇ ପଟ୍ଟାମୁଣ୍ଡାଇ ଥାନାକୁ ଖବର ଦେବା ପରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜିଖୋଜି ଆରମ୍ଭ କରିଥିଲେ। ମାତ୍ର ବିଳମ୍ବିତ ରାତି ସୁଦ୍ଧା ପ୍ରମୋଦଙ୍କର କୌଣସି ପତ୍ତା ମିଳି ନ ଥିବା ବେଳେ ଆଜି ସକାଳେ ପୁଣି ଥରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ପ୍ରମୋଦ ପଟ୍ଟାମୁଣ୍ଡାଇ ଶାଖାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କାର୍ଯ୍ୟରତ ଥିବା ବେଳେ ସେ ରାଜନୀତିରୁ ବହୁ ଦୂରରେ ରହୁଥିଲେ। ତେଣୁ ତାଙ୍କର ସେପରି କେହି ଶତ୍ରୁ ନ ଥିବା ବେଳେ ହଠାତ୍‌ କେଉଁ ଆଡ଼େ ଗାଏବ ହୋଇଗଲେ ତାକୁ ନେଇ ପୁଲିସ୍‌ ତନାଘନା ଆରମ୍ଭ କରିଛି। ଭାଇର ସନ୍ଧାନ ନ ମିଳିବା ପର୍ଯ୍ୟନ୍ତ କିଛି କହିବାକୁ ମନା କରି ଦେଇଛନ୍ତି  ପୌରାଧ୍ୟକ୍ଷ ହେମନ୍ତ ସାହୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos