ଦୁର୍ଘଟଣାସ୍ଥଳରୁ ଶବ ଗୃହ, ହସ୍ପିଟାଲରୁ ହାଇସ୍କୁଲ, ଯୋଉଠି ଯୋଉଠି ମୃତକ ଓ ଆହତ ଅଛନ୍ତି ସବୁଠି ଖୋଜିସାରିଲେଣି। କିନ୍ତୁ ପୁଅକୁ କୋଉଠି ପାଉନାହାନ୍ତି। କଲିକତାରୁ ଆସି ବାଲେଶ୍ଵରଠୁ ଭୁବନେଶ୍ଵର କେତେ ଆଉ ବୁଲିବେ ଏହି ମହିଳା। ତାଙ୍କ ପୁଅକୁ କେଉଁଠି ପାଉନାହାନ୍ତି। କିନ୍ତୁ ଏପଟେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି। ଭୁବନେଶ୍ୱରକୁ ଅଣାଯାଇଥିବା ୧୬୦ ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି। ବିଏମ୍ସି ପକ୍ଷରୁ ଜାରି କରାଯାଇଥିବା ହେଲପ ଲାଇନ ହେଲା ୧୯୨୯। ଏହି ନମ୍ବରକୁ ଫୋନ୍ କରି ସମ୍ପର୍କୀୟ ମୃତଦେହ ରଖାଯାଇଥିବା ସ୍ଥାନ ଜାଣିପାରିବେ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ପୁଟିନଙ୍କ ସମେତ ପୂରା ବିଶ୍ୱର ଶୋକ
ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ପୂରା ବିଶ୍ୱ ଶୋକ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
Odisha
ଜଣାପଡ଼ିଲା ମୂଳ କାରଣ
ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି।
Odisha
ବାହାନଗା ଟ୍ରାଜେଡିରେ ରିଅଲ ହିରୋ
ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏବେ ଉଦ୍ଧାର କାର୍ଯ୍ୟ ସରିଛି। ଚିହ୍ନଟ ହୋଇପାରି ନଥିବା ୧୬୦ ମୃତଦେହକୁ ଭୁବନେଶ୍ୱରକୁ ଅଣାଯାଇଛି।
Odisha
ସ୍ନାନ ମଣ୍ଡପରେ ବିଜେ କଲେ ବଳଭଦ୍ର
ଆଜି ଦେବସ୍ନାନ ପୂର୍ଣ୍ଣିମା। ଆଜି ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ। ଝୁଲି ଝୁଲି ଆସୁଛନ୍ତି ବଳଭଦ୍ର।