Advertisment

ଜନ୍ମମାଟି ଜନ ସମୁଦ୍ର

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ବୀର ଯବାନ ଦେବାଶିଷ ବିଶ୍ବାଳ ଶନିବାର ଅପରାହ୍‌ଣ ସାଢ଼େ ୨ଟା ସମୟରେ ପଞ୍ଚଭୂତରେ ଲୀନ ହୋଇଛନ୍ତି।

author-image
Manoj Swain

ମାଟି ମା'ର ଛାତି ବି ଗର୍ବରେ ଫୁଲି ଉଠୁଛି। ତାଙ୍କୁ କୋଳେଇ ନେବାକୁ ସତେ ଯେମିତି ଅପେକ୍ଷା କରି ଚାହିଁ ବସିଛି। ବୀର ଯବାନଙ୍କୁ ସବୁଦିନ ପାଇଁ ବିଦାୟ ଦେବାକୁ ସାହସ ଜୁଟାଇଲେଣି ଅଞ୍ଚଳବାସୀ ଓ ପରିବାର।  ଲୁହ ଛଳ ଛଳ ଆଖିରେ ବନ୍ଧା ସରିଲାଣି କୋକେଇ। ବୀର ଯବାନଙ୍କ ଶରୀର ସ୍ପର୍ଶ ପାଇଁ ସତେ ଯେମିତି ଚାହିଁ ବସିଛି ଏଇ ଖାଁ ଖାଁ ଗାଁ ମଶାଣି। ଯୋଉଠି ଦେଖିବ କେବଳ ଲୁହବର୍ଷା। ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ବୀର ଯବାନ ଦେବାଶିଷ ବିଶ୍ବାଳ ଶନିବାର ଅପରାହ୍‌ଣ ସାଢ଼େ ୨ଟା ସମୟରେ ପଞ୍ଚଭୂତରେ ଲୀନ ହୋଇଛନ୍ତି।

Advertisment
Odisha Puri Indian Army