ପିହୁ କେଉଁଠି ଅଛି କୁହ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରର ବହୁ ଚର୍ଚ୍ଚିତ ଶିଶୁକନ୍ୟା ପିହୁ ନିଖୋଜ ମାମଲାରେ ରାଜ୍ୟ ପୁଲିସ  ଡିଜିଙ୍କୁ ଜବାବ ତଲବ କଲେ NHRC।  ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦିଆଯାଇଛି। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ପିହୁ।  ଘଟଣାକୁ ୧୨ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ତାର ସନ୍ଧାନ ମିଳି ନାହିଁ। ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁ ଲକ୍ଷ୍ମଣ ନାୟକ। ତାଙ୍କ ଦୁଇ ବର୍ଷର କୁନି ଝିଅ […]

jajpur

Tapas Behera
  • Published: Thursday, 19 August 2021
  • , Updated: 19 August 2021, 05:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରର ବହୁ ଚର୍ଚ୍ଚିତ ଶିଶୁକନ୍ୟା ପିହୁ ନିଖୋଜ ମାମଲାରେ ରାଜ୍ୟ ପୁଲିସ  ଡିଜିଙ୍କୁ ଜବାବ ତଲବ କଲେ NHRC।  ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦିଆଯାଇଛି। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ପିହୁ।  ଘଟଣାକୁ ୧୨ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ତାର ସନ୍ଧାନ ମିଳି ନାହିଁ।

ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁ ଲକ୍ଷ୍ମଣ ନାୟକ। ତାଙ୍କ ଦୁଇ ବର୍ଷର କୁନି ଝିଅ ଶୁଭଲକ୍ଷ୍ମୀ ନାୟକ ଓରଫ ‘ପିହୁ’ ୨୦୨୦ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିଲା। ଆଉ ତାଙ୍କ ପତ୍ନୀ ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ହଠାତ ‘ପିହୁ’ କେଉଁଆଡେ ଗାୟବ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜ ଖୋଜି କରିଥିଲେ ମଧ୍ୟ ‘ପିହୁ’ର ପତ୍ତା ପାଇନଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ‘ପିହୁ’ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ବ୍ୟକ୍ତି ଏକ ବାଇକରେ ଆସି ଗାମୁଛରେ ବାନ୍ଧି ତାକୁ ନେଇ ଯାଇଥିଲେ।

ଏନେଇ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପିହୁର ବାପା ବେଙ୍ଗାଲୁରୁରୁ ଆସି ସଙ୍ଗରୋଧରେ ଥିବାରୁ ଝିଅକୁ ଖୋଜି ପାରିନଥିଲେ। ପିହୁ ନିଖୋଜକୁ ୧୨ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଛି । ହେଲେ ଅଦ୍ୟାବଧି ପୁଲିସ୍‌ ପିହୁ ସମ୍ପର୍କରେ କୌଣସି ସୁରାଗ ପାଇବାରେ ବିଫଳ ହୋଇଛି । ତେବେ ପିହୁ ପରିବାର ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବା ଚେତାବନୀ ଦିଆଯିବା ପରେ ପୁଲିସ୍‌ ଗତ ଫେବୃଆରୀ ମାସରେ ମଧୁସୂଦନପୁର ଗ୍ରାମରେ ପହଞ୍ଚି ନିକଟସ୍ଥ ପୋଖରୀରେ  ଖୋଜାଖୋଜି କରିଥିଲା  । ହେଲେ ଏ ଯାଏଁ ପିହୁର ପତ୍ତା ମିଳି ପାରି ନାହିଁ।

 

Related story