Advertisment

ସର୍ବାଧିକ ୫୦% କର୍ମଚାରୀରେ ଚାଲିବ ଅଫିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଚାନକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସର୍ବାଧିକ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଆଜି ନିର୍ଦ୍ଦେଶ ଜାରି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ଆଜି ଏନେଇ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବାକୁ ଦୃଷ୍ଟିରେ ରଖି ଜୁଲାଇ ମାସରେ ସମସ୍ତ ସରକାରୀ କାର୍ଯ୍ୟାଳୟ ନିଜର ମୋଟ କର୍ମଚାରୀ […]

ସରକାରଙ୍କ ଦୀପାବଳି ଉପହାର, ବଢ଼ିଲା କର୍ମଚାରୀଙ୍କ ମହଙ୍ଗା ଭତ୍ତା
Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଚାନକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସର୍ବାଧିକ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଆଜି ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment

ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ଆଜି ଏନେଇ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବାକୁ ଦୃଷ୍ଟିରେ ରଖି ଜୁଲାଇ ମାସରେ ସମସ୍ତ ସରକାରୀ କାର୍ଯ୍ୟାଳୟ ନିଜର ମୋଟ କର୍ମଚାରୀ ସଂଖ୍ୟାର ୫୦ ପ୍ରତିଶତ (ପ୍ରଥମ ଶ୍ରେଣୀ ଅଫିସରଙ୍କୁ ମିଶାଇ) କର୍ମଚାରୀଙ୍କୁ ନେଇ କାମ କରିବେ। ତେବେ କେଉଁ କର୍ମଚାରୀମାନେ ଅଫିସ୍ ଆସିବେ ତାହା ପର୍ଯ୍ୟାୟକ୍ରମେ ସ୍ଥିର କରିବାକୁ ବିଭାଗଗୁଡ଼ିକୁ କ୍ଷମତା ଦିଆଯାଇଛି। ଯେଉଁ ଅଫିସର ଓ କର୍ମଚାରୀମାନଙ୍କୁ ଭିପିଏନ୍ ସୁବିଧା ଦିଆଯାଇଛି ସେମାନେ ଚାହିଁଲେ ଘରୁ ରହି କାମ କରିପାରିବେ। ତେବେ ଯେକୌଣସି କର୍ମଚାରୀ ଟେଲିଫୋନ୍ ମାଧ୍ୟମରେ ସ୍ୱଳ୍ପ ସମୟର ନୋଟିସରେ ଅଫିସ୍ କାମ କରିବାକୁ ବାଧ୍ୟ ହେବେ। ଯେଉଁ କର୍ମଚାରୀମାନେ ଅଫିସ୍ ଆସିବେ ନାହିଁ ସେମାନେ ଘର ଭିତରେ ରହିବାକୁ କଡ଼ାକଡ଼ି ଭାବେ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଜୁନ୍ ମାସରେ ପ୍ରାୟ ୫ହଜାର ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe