ରାଜ୍ୟ ସରକାରଙ୍କୁ ଝଟକା; ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଉପରେ ଲାଗିଲା ରୋକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ଲାଗିଲା ଜୋରଦାର ଝଟକା । ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ଗୋଟିଏ ସ୍ୱତନ୍ତ୍ର ଆଇନ ପରିସରକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ଏଭଳି ଏକ ଅଧ୍ୟାଦେଶ ଆଣିବା ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହଁ ବୋଲି କେନ୍ଦ୍ର କହିଥିବା ନେଇ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାଫଳରେ କେନ୍ଦ୍ର ପ୍ରଣୀତ ଆଇନ ଓ […]

Lingaraj Temple

Lingaraj Temple

Niharika Rout
  • Published: Wednesday, 06 April 2022
  • Updated: 06 April 2022, 04:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ଲାଗିଲା ଜୋରଦାର ଝଟକା । ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ଗୋଟିଏ ସ୍ୱତନ୍ତ୍ର ଆଇନ ପରିସରକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ଏଭଳି ଏକ ଅଧ୍ୟାଦେଶ ଆଣିବା ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହଁ ବୋଲି କେନ୍ଦ୍ର କହିଥିବା ନେଇ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାଫଳରେ କେନ୍ଦ୍ର ପ୍ରଣୀତ ଆଇନ ଓ ରାଜ୍ୟ ସରକାରଙ୍କ ଆଇନ ମଧ୍ୟରେ ବିଭେଦ ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି  ।

ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ସ୍ୱତନ୍ତ୍ର ଆଇନ ଭିତରେ ରଖିବା ଲାଗି ଅଧ୍ୟାଦେଶ ଆଣିଥିଲେ ରାଜ୍ୟ ସରକାର । ଏହାଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିର ଭଳି  ଲିଙ୍ଗରାଜ ମନ୍ଦିର ଓ ଆଖପାଖ ମନ୍ଦିରକୁ ଲିଙ୍ଗରାଜ ମନ୍ଦିର ପରିଚାଳନା ସମିତି ଅଧୀନକୁ ଆଣିଥାନ୍ତେ । ଏନେଇ ଓଡ଼ିଶା ବିଧାନସଭାରେ ଅଧ୍ୟାଦେଶ ପାରିତ ହେବା ପରେ କେନ୍ଦ୍ରକୁ ପଠାଯାଇଥିଲା । ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଅଧ୍ୟାଦେଶର ଅନେକ ଅନୁଚ୍ଛେଦ ଉପରେ ଆପତ୍ତି ଉଠାଇଥିଲେ  ।

ଅଧ୍ୟାଦେଶଟି ପ୍ରାଚୀନ ଐତିହ୍ୟ ପ୍ରତ୍ନତାତ୍ତ୍ୱିକ ଅବଶେଷ ଆଇନ-୧୯୫୮ର ପରିପନ୍ଥୀ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି । ସରକାର ଆହୁରି କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ପାଖରେ ନିର୍ମାଣ କାର୍ଯ୍ୟ କରି ସରକାର ଏହି ଆଇନର ଉଲ୍ଲଂଘନ କରିସାରିଛନ୍ତି  । ଏହି ଆଇନ ଅନୁସାରେ ମନ୍ଦିରର ୧୦୦ ମିଟର ଅଞ୍ଚଳ ସୁରକ୍ଷିତ ଅଞ୍ଚଳ ଓ ଏଠାରେ କୌଣସି ନିର୍ମାଣ କାମ ହେବନି । ସେହିପରି ୨୦୦ ମିଟର ଅଞ୍ଚଳରେ କାମ କରିବାକୁ ହେଲେ ଅନୁମତି ଆଣିବାକୁ ହେବ ।

ଏଣୁ ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଏହାର ଉଲ୍ଲଂଘନ କରିବ ବୋଲି ସରକାର କହିଛନ୍ତି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟପାଳଙ୍କୁ ଜଣାଯାଇଥିଲା  । ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ରାଜଭବନ ପକ୍ଷରୁ କୁହାଯାଇଛି । ତେବେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷ ସ୍ପଷ୍ଟ ହୋଇନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story