Advertisment

ଖାଦ୍ୟରେ ବିଷ ଦେଇ ମା’ ଓ ଛୁଆ କୁକୁରଙ୍କୁ ମାରିଦେଲେ, ମାମଲା କରି ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ସେପଟେ ବ୍ରହ୍ମପୁରରେ ବୁଲା କୁକୁର ଗୋଡାଇବାରୁ ଗାଡ଼ି ଦୁର୍ଘଟଣା ଘଟି ବାଇକ୍‌ରେ ଯାଉଥିବା ୨ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି।

author-image
Niranjan Mishra
DOG

DOG

ଖାଦ୍ୟରେ ବିଷ ଦେଇ ୬ କୁକୁରକୁ ମାରିଦେଲେ। ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ଶ୍ରୀଅନ୍ ବସ୍ତିରେ ଘଟିଛି ଏହି ଘଟଣା। ଏହି ଘଟଣାରେ ଆନିମଲ କ୍ରୁଏଲଟି ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ସିସିଟିଭି ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଛି। ସେପଟେ ବ୍ରହ୍ମପୁରରେ ବୁଲା କୁକୁର ଗୋଡାଇବାରୁ ଗାଡ଼ି ଦୁର୍ଘଟଣା ଘଟି ବାଇକ୍‌ରେ ଯାଉଥିବା ୨ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି।

Advertisment

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ଶ୍ରୀଅନ୍ ବସ୍ତିରେ କୁକୁରଙ୍କୁ ମାରିଦେବା ଘଟଣାରେ ଜଣାପଡ଼ିଛି ରାତି ତମାମ ଭୁକୁ ଥିବା କୁକୁର ପଲ ରାତି ପାହିଲା ବେଳକୁ ଶୋଇଯାଇଥିଲେ ଚିରନିଦ୍ରାରେ। ଘଟଣା ନେଇ ପିପୁଲ ଫର୍ ଆନିମଲ୍ ସ ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ମୈତ୍ରୀ ବିହାର ପୁଲିସ ମାମଲା ରୁଜୁ କରିଛି। ଆଖପାଖର ସିସିଟିଭି ଯାଂଚ୍ କରି ଅଭିଯୁକ୍ତକୁ ଖୋଜୁଛି ପୁଲିସ। 

ସେପଟେ ବ୍ରହ୍ମପୁରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ସିସିଟିଭିରେ କଏଦ ଏଦୃଶ୍ୟ ସହରର ଗାନ୍ଧିନଗର ସପ୍ତମ ଲେନ୍ର। ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ମନ୍ଦିର ଯାଉଥିବା ବେଳେ ବୁଲା କୁକୁରଙ୍କ ପାଇଁ ଘଟିଛି ଦୁର୍ଘଟଣା। ସ୍କୁଟରରେ ଯାଉଥିବା ଦୁଇ ମହିଳା ଓ ଶିଶୁକୁ ଗୋଡାଉଛନ୍ତି ଅମାନିଆ କୁକୁର ପଲ। ଯେତେ ପାଟି କଲେ ବି ପିଛା ଛାଡୁନାହାନ୍ତି। ଶେଷରେ ଭୟରେ ଭାରସାମ୍ୟ ହରାଇ ଗାଡ଼ିଟି କାରକୁ ପିଟି ହୋଇଯାଇଥିଲା ଏବଂ ଛିଟିକି ପଡିଥିଲେ ସମସ୍ତେ।

Advertisment
injuredଆହତ ଦୁଇ ଭଉଣୀ

ଦୁର୍ଘଟଣାରେ ଏ. ସୁପ୍ରିୟା, ତାଙ୍କ କୁନି ପୁଅ ଓ ଗାୟତ୍ରୀ ତିନି ଜଣ ଯାକ ଗୁରୁତର ଆହତ ହୋଇଛନ୍ତି। ତେବେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ତିନି ତିନିଟି ଜୀବନ। ଘଟଣା ପରେ କୁକୁର ବନ୍ଧ୍ୟାକରଣ ନିମନ୍ତେ ଦାବି ହୋଇଛି।

Dog Torture Dog Tension