Advertisment

ମିଳିଲା ବିଜେଡି ନେତା ଧର୍ମେନ୍ଦ୍ରଙ୍କ ମୋବାଇଲ୍‌, ଖୋଲିବ କି ମୃତ୍ୟୁ ରହସ୍ୟ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମିଳିଲା ମୃତ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଦୁଇଟି ମୋବାଇଲ୍‌ ଫୋନ୍‌। ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ମିଳିଛି ଦୁଇଟି ଯାକ ମୋବାଇଲ୍। ସନ୍ଧାନୀ କୁକୁର ସହାୟତାରେ କମିଶନରେଟ୍‌ ପୁଲିସ ମୋବାଇଲ୍‌ ଗୁଡ଼ିକୁ ପାଇଛି। ଧର୍ମେନ୍ଦ୍ରଙ୍କ ମୋବାଇଲ ମିଳିବା ପରେ ତାଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଆଲୋଚନା ହେଉଛି। ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖିଥିଲେ, […]

ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ମୃତ୍ୟୁ ଘଟଣା: ମୋବାଇଲ୍‌ ଯାଞ୍ଚ କରିବ ଫରେନ୍ସିକ୍‌ ଟିମ୍‌

Dharmendra

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମିଳିଲା ମୃତ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଦୁଇଟି ମୋବାଇଲ୍‌ ଫୋନ୍‌। ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ମିଳିଛି ଦୁଇଟି ଯାକ ମୋବାଇଲ୍। ସନ୍ଧାନୀ କୁକୁର ସହାୟତାରେ କମିଶନରେଟ୍‌ ପୁଲିସ ମୋବାଇଲ୍‌ ଗୁଡ଼ିକୁ ପାଇଛି। ଧର୍ମେନ୍ଦ୍ରଙ୍କ ମୋବାଇଲ ମିଳିବା ପରେ ତାଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଆଲୋଚନା ହେଉଛି।

Advertisment

ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖିଥିଲେ, ‘ମୋ ଫୋନ୍‌ ଦୁଇଟାରେ ସବୁ ଭିଡିଓ ରହିଛି। ତାକୁ ଲୋକଲୋଚନକୁ ଆଣିବେ।’ ପ୍ରଶ୍ନ ଉଠୁଛି, କାହା ଉଦ୍ଦେଶ୍ୟରେ ସେ ଏଭଳି ଲେଖିଥିଲେ? ଦୁଇ ମୋବାଇଲ୍‌ ଫୋନ୍‌ରେ ଏମିତି କି ତଥ୍ୟ ରହିଛି କି, ଯାହାର ସଂପର୍କ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସହିତ ରହିଛି? ସତରେ ମୋବାଇଲ୍‌ ଖୋଲିବ କି ତାଙ୍କ ମୃତ୍ୟୁର ରହସ୍ୟ? ସେପଟେ ପୁଲିସ୍‌ ଜବତ କରିଥିବା ମୋବାଇଲ୍‌କୁ ସାଇଣ୍ଟିଫିକ୍‌ ଟିମ୍‌କୁ ହସ୍ତାନ୍ତର କରିଛି। ମୋବାଇଲ୍‌ ରାତି ୨ଟା ୪୩ରୁ ସ୍ୱିଚ୍‌ ଅଫ୍‌ ହୋଇଥିବା ପୁଲସ୍‌ କହିଛି।

ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ୧୧ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଥିଲେ ଧର୍ମେନ୍ଦ୍ର ସାହୁ। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ଲକ୍ଷ୍ମୀବିହାର ସ୍ଥିତ ବାସଘର ସମ୍ମୁଖରୁ ଉଦ୍ଧାର କରାଯାଇଥିଲା। କମିଶନରେଟ୍‌ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।

Advertisment

ଏହି ମାମଲା ଭିତରକୁ ସ୍ଥାନୀୟ ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଟାଣିଛି ବିଜେପି। ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଗତ ୧୫ ଦିନ ତଳେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ତଳେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସ୍ତ୍ରୀଙ୍କ ସହ ଝଗଡ଼ା କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଥିଲା। ଧର୍ମେନ୍ଦ୍ର ସାହୁଙ୍କ ଘରେ ଉଠିଥିବା ପାରିବାରିକ ଝଡ଼ର କେନ୍ଦ୍ରବିନ୍ଦୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ହୋଇଥିବା ସମସ୍ତେ ଜାଣିଥିବା ଶ୍ରୀମତି ପରିଡ଼ା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe