ଶୁଦ୍ଧ ପାନୀୟ ଜଳ ଘରେ ଘରେ ପହଞ୍ଚେଇବା ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। କିନ୍ତୁ ଏଠି ଯୋଜନ ଦୂରରେ ଯୋଜନା। ନଳକୂପ ଅଚଳ ହୋଇପଡିବା ଫଳରେ ନଦୀ ପାଣି ପିଉଛନ୍ତି ଲୋକ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡଖମଣ ପଞ୍ଚାୟତ ବନ୍ଧସାହି ଗ୍ରାମର ୧୦ ନମ୍ୱର ୱାର୍ଡ ବାସିନ୍ଦା। ପାଣି ଟୋପାଏ ପାଇଁ ବଣ ଜଙ୍ଗଲ ଡେଇଁ, ଖାଲ ଢ଼ିପ ପାର କରି ଯାଉଛନ୍ତି। ଆଜି ପ୍ରତିଶ୍ରୃତି ପାଲଟିଲା ପାଣିର ଗାର। ନିର୍ବାଚନ ସମୟରେ ନେତା ମନ୍ତ୍ରୀ ଆସନ୍ତି, ପ୍ରତିଶ୍ରୁତି ବି ଦିଅନ୍ତି। ହେଲେ ନିର୍ବାଚନ ସରିବା ସହ ପ୍ରତିଶ୍ରୁତି ବି କୁଆଡ଼େ ଉଭାନ ହୋଇଯାଏ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ନକ୍ସଲଙ୍କ ପାଇଁ ପାଣ୍ଠି ଆଦାୟ କରନ୍ତି ବିଜେଡି ନେତା!
ଏ କିଛିଦିନ ତଳେ ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲ ଆକ୍ରମଣରେ ୧୦ ଯବାନଙ୍କ ସମତେ ୧୧ ଜଣ ପ୍ରାଣ ହରାଇଥିଲେ। ଯାହାକୁ ନେଇ ସାରା ଦେଶରେ ଶୋକର ଛାୟା। ନକ୍ସଲଙ୍କ ସହ ସମ୍ପର୍କ ତାଙ୍କୁ ପାଣ୍ଠି ଯୋଗାଉଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ବିଜେଡିର ପୂର୍ବତନ ସାଂସଦ ଏନ ଭାସ୍କର ରାଓଙ୍କ ବିରୋଧରେ। ଭାସ୍କର ବାବୁ ଟ୍ରକ ୟୁନିୟନର ଟଙ୍କା ହଡ଼ପ କରିବା ଓ ନକ୍ସଲଙ୍କୁ ଅର୍ଥ ଯୋଗାଉଥିବା ଅଭିଯୋଗ ଆସିବା ପରେ ରାୟଗଡ଼ା ରାଜନୀତି ସରଗରମ ହୋଇଛି।
Odisha
ଝାରସୁଗୁଡ଼ାର କଟ୍ଟପା କିଏ?
ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ବାହୁବଳୀ ଡାଇଲଗ ମାରି ଚର୍ଚ୍ଚାରେ ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ବାହୁବଳୀ ଫିଲ୍ମ ମାଧ୍ୟମରେ ସରକାରଙ୍କୁ ନିଶାନା କରିଥିଲେ ସୂରଜ। କଟପା ନେ ବାହୁବଳୀ କୋ କ୍ୟୁଁ ମାରା? ସୂର୍ଯ୍ୟଙ୍କ ତୁଣ୍ଡରୁ ଏହି ଡାଇଲଗ ବାହାରିବା ମାତ୍ରେ ଲୋକେ କରତାଳି ଦେବା ଆରମ୍ଭ କରିଥିଲେ। ସମଝଦାର ଇନଷାନ କୋ ଇସରା କାଫି?
Odisha
ITI ଚାକିରିଆରୁ ସାଜିଲେ ଫେରିବାଲା
ମୁହଁରେ ଗୀତ, ହାତରେ ସାଇକେଲ। ଆଉ ସାଇକେଲ ଉପରେ ରଖାଯାଇଛି ଷ୍ଟେସନାରୀର ସାମଗ୍ରୀ । ଅଣ୍ଟା ଭିଡ଼ିଛନ୍ତି ଫରିବାଲା ହେବେ ଆଉ ପରିବାରର ପେଟ ପୋଷିବେ।
Odisha
ଆଉ ସହି ହେଉନି ଜଳଯନ୍ତ୍ରଣା
ନଳକୂପ ଅଚଳ ହୋଇପଡିବା ଫଳରେ ଜଳକଷ୍ଟ ଭୋଗୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡଖମଣ ପଞ୍ଚାୟତ ବନ୍ଧସାହି ଗ୍ରାମର ୧୦ ନମ୍ୱର ୱାର୍ଡ ବାସିନ୍ଦା । ଏହି ୱାର୍ଡରେ ୩୦ ରୁ ଉର୍ଦ୍ଧ୍ବ ପରିବାର ରହନ୍ତି ।