Advertisment

ପ୍ରତିଶ୍ରୃତି ପାଲଟିଲା ପାଣିର ଗାର

କିଏ ଗରା ତ କିଏ ବାଲଟି ଧରି ବାହାରି ପଡ଼ିଛନ୍ତି ପାଣିର ଖୋଜରେ। ଟିକିଏ ପାଣି ପାଇବେ ଆଉ ନିଜର ଶୋଷ ମେଣ୍ଟାଇବେ। ପାଣି ଟୋପାଏ ପାଇଁ ବଣ ଜଙ୍ଗଲ ଡେଇଁ, ଖାଲ ଢ଼ିପ ପାର କରି ଯାଉଛନ୍ତି।

Advertisment

ଶୁଦ୍ଧ ପାନୀୟ ଜଳ ଘରେ ଘରେ ପହଞ୍ଚେଇବା ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। କିନ୍ତୁ ଏଠି ଯୋଜନ ଦୂରରେ ଯୋଜନା। ନଳକୂପ ଅଚଳ ହୋଇପଡିବା ଫଳରେ ନଦୀ ପାଣି ପିଉଛନ୍ତି ଲୋକ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡଖମଣ ପଞ୍ଚାୟତ ବନ୍ଧସାହି ଗ୍ରାମର ୧୦ ନମ୍ୱର ୱାର୍ଡ ବାସିନ୍ଦା। ପାଣି ଟୋପାଏ ପାଇଁ ବଣ ଜଙ୍ଗଲ ଡେଇଁ, ଖାଲ ଢ଼ିପ ପାର କରି ଯାଉଛନ୍ତି। ଆଜି ପ୍ରତିଶ୍ରୃତି ପାଲଟିଲା ପାଣିର ଗାର। ନିର୍ବାଚନ ସମୟରେ ନେତା ମନ୍ତ୍ରୀ ଆସନ୍ତି, ପ୍ରତିଶ୍ରୁତି ବି ଦିଅନ୍ତି। ହେଲେ ନିର୍ବାଚନ ସରିବା ସହ ପ୍ରତିଶ୍ରୁତି ବି କୁଆଡ଼େ ଉଭାନ ହୋଇଯାଏ।

Advertisment
Odisha Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe