Advertisment

ହଟିଲା ସପ୍ତାହାନ୍ତ ଶଟ୍‌ଡାଉନ୍‌, ରାତି ୧୦ଟା ଯାଏଁ ସବୁ ଖୋଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଲହରକୁ ନେଇ ଲୋକେ ଆଶଙ୍କାରେ ରହିଥିବାବେଳେ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଆଜି କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି। ସଂଶୋଧିତ ଗାଇଡଲାଇନ ଅନୁସାରେ, ଦୀର୍ଘ ୪ମାସ ଧରି ଜାରି ରହିଥିବା ରାଜ୍ୟବ୍ୟାପୀ ସାପ୍ତାହିକ ଶଟଡାଉନକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ଆଉ ବିବାହ ଓ ବ୍ରତଘରରେ ସର୍ବାଧିକ ୨୫୦ଜଣ ଏବଂ ବର ରୋଷଣୀ ବା ବର ଶୋଭାଯାତ୍ରାରେ ସର୍ବାଧିକ ୫୦ଜଣ ଲୋକ ବ୍ୟାଣ୍ଡ-ବାଜା ବଜାଇ […]

author-image
Tapas Behera
ଅଦ୍ୟତନ ହୋଇଛି
ଦୁଇ ଦିନ ପରେ ଆସିବ ଅଗଷ୍ଟ ମାସର ଗାଇଡ୍ ଲାଇନ୍, ସମ୍ପୂର୍ଣ୍ଣ ଅନଲକ୍ ହେବକି ଓଡ଼ିଶା?

odisha unlock

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଲହରକୁ ନେଇ ଲୋକେ ଆଶଙ୍କାରେ ରହିଥିବାବେଳେ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଆଜି କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି। ସଂଶୋଧିତ ଗାଇଡଲାଇନ ଅନୁସାରେ, ଦୀର୍ଘ ୪ମାସ ଧରି ଜାରି ରହିଥିବା ରାଜ୍ୟବ୍ୟାପୀ ସାପ୍ତାହିକ ଶଟଡାଉନକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ଆଉ ବିବାହ ଓ ବ୍ରତଘରରେ ସର୍ବାଧିକ ୨୫୦ଜଣ ଏବଂ ବର ରୋଷଣୀ ବା ବର ଶୋଭାଯାତ୍ରାରେ ସର୍ବାଧିକ ୫୦ଜଣ ଲୋକ ବ୍ୟାଣ୍ଡ-ବାଜା ବଜାଇ ଯାଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
ସେପ୍ଟେମ୍ବର ମାସ ପାଇଁ କୋଭିଡ୍ ଗାଇଡଲାଇନ ଜାରି କରି ଶ୍ରୀ ଜେନା କହିଛନ୍ତି ଯେ, ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ଅବଧି ମଧ୍ୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିପାରିବ।

Advertisment

ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମୟରେ ବ୍ୟବସାୟ, ବାଣିଜ୍ୟ ଓ ଅନ୍ୟାନ୍ୟ ସମସ୍ତ ଗତିବିଧି ସ୍ୱାଭାବିକ ଭାବେ ଚାଲିପାରିବ । ମାତ୍ର କୋଭିଡ୍ ନିୟମକୁ ସମସ୍ତେ ପାଳନ କରିବା ବାଧ୍ୟତାମୂଳକ ହେବ। ମଲ, ସିନେମା ହଲ ଖୋଲା ରହିବ । ସମସ୍ତ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଆଦି କାର୍ଯ୍ୟକ୍ରମ ଉପରେ ପୂର୍ବବତ କଟକଣା ବଳବତ୍ତର ରହିବ। ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଗୁଡ଼ିକରେ କେବଳ ସରକାରୀ କାର୍ଯ୍ୟକ୍ରମ ହୋଇପାରିବ। ସମ୍ପୃକ୍ତ ସମ୍ମିଳନୀ କକ୍ଷର ସିଟ୍ କ୍ଷମତା ଅନୁସାରେ ଲୋକେ ସାମିଲ ହୋଇପାରିବେ ଓ ସମସ୍ତଙ୍କୁ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ଏସବୁ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଭାସମିତି ପାଇଁ ଅନୁମତି ଦିଆଯିବ ନାହିଁ।

ବିବାହ ଓ ଅନ୍ତେଷ୍ଟି ଆଦି ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି । ବିବାହ, ବ୍ରତ ଓ ଅନ୍ତେଷ୍ଟି, ଶୁଦ୍ଧି କ୍ରିୟା ଆଦିରେ ଅତିଥି, ବରପକ୍ଷ, କନ୍ୟାପକ୍ଷ ଆଦି ସମସ୍ତଙ୍କୁ ମୋଟ ୨୫୦ଜଣ ସାମିଲ ହେବାକୁ ଅନୁମତି ଦିଆଯାଇଛି। ସେହିଭଳି ବିବାହ ଉତ୍ସବରେ ବର ଶୋଭାଯାତ୍ରାରେ ଯାଇପାରିବ। ବ୍ୟାଣ୍ଡ-ବାଜା ସହ ବର ସହ ସର୍ବାଧିକ ୫୦ଜଣ ଲୋକ ରୋଷଣୀ କରି ଯାଇପାରିବେ । କୋଭିଡ୍ ନିୟମ ମାନି ସମସ୍ତେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ। ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରିବେ ତାହା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯିବ। ସେପ୍ଟେମ୍ବର ମାସରେ ଥିବା ସମସ୍ତ ପୂଜାପାର୍ବଣ ଗତ ଅଗଷ୍ଟ ୯ତାରିଖରେ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ପାଳନ କରାଯିବ। ତେବେ ସ୍ଥଳବିଶେଷରେ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନ, ପୁଲିସ କମିଶନର ମଧ୍ୟ ନିଜ କ୍ଷମତା ଉପଯୋଗ କରି ଅତିରିକ୍ତ କଟକଣା ଜାରି କରିପାରିବେ ବୋଲି ସେ କହିଛନ୍ତି।

Advertisment
COVID Guideline