Advertisment

‘ରଥଯାତ୍ରା ସପକ୍ଷରେ ଠିକ୍‌ରେ ପକ୍ଷ ରଖିନଥିଲେ ରାଜ୍ୟ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରାକୁ ନେଇ ପୁଣି ବଢ଼ିଲା ଆଶା ଆଶଙ୍କା। ଆଜି ରାତିରେ ପୁରୀରେ ଦୀର୍ଘ ୩ ଘଣ୍ଟା ଧରି ବସିଥିବା ଛତିଶା ନିଯୋଗ ବୈଠକ ଶେଷ ହେବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ଆବେଦନ କରାଯାଇଛି। ସୋମବାର ଏହା ଉପରେ ଶୁଣାଣି ହେବା ସମ୍ଭାବନା ରହିଛି। ତେଣୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ। ସେପଟେ ଗତକାଲି ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି […]

ଅଦ୍ୟତନ ହୋଇଛି
‘ରଥଯାତ୍ରା ସପକ୍ଷରେ ଠିକ୍‌ରେ ପକ୍ଷ ରଖିନଥିଲେ ରାଜ୍ୟ ସରକାର’

gajapati

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରାକୁ ନେଇ ପୁଣି ବଢ଼ିଲା ଆଶା ଆଶଙ୍କା। ଆଜି ରାତିରେ ପୁରୀରେ ଦୀର୍ଘ ୩ ଘଣ୍ଟା ଧରି ବସିଥିବା ଛତିଶା ନିଯୋଗ ବୈଠକ ଶେଷ ହେବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ଆବେଦନ କରାଯାଇଛି। ସୋମବାର ଏହା ଉପରେ ଶୁଣାଣି ହେବା ସମ୍ଭାବନା ରହିଛି। ତେଣୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ।

Advertisment

ସେପଟେ ଗତକାଲି ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ବେଳେ ରାଜ୍ୟ ସରକାର ରଥଯାତ୍ରା ସପକ୍ଷରେ ଠିକ୍‌ରେ ପକ୍ଷ ରଖିନଥିବା କହିଛନ୍ତି ଗଜପତି। ରଥଯାତ୍ରା ହେଲେ ପୁରୀରେ ୧୦-୧୨ ଲକ୍ଷ ଏକାଠି ହେବେ ବୋଲି ଯେଉଁ ପ୍ରସଙ୍ଗ ଉଠିଲା, ରାଜ୍ୟ ସରକାର ସେ କଥାକୁ କୋର୍ଟରେ ଠିକରେ ଉପସ୍ଥାପନ କରି ପାରିଲେ ନାହିଁ। ଏପରିକି କୋଭିଡ୍‌  ନିୟମ ପାଳନ କରି ରଥଯାତ୍ରା ଆୟୋଜନ ପାଇଁ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସରକାର ପରିଚାଳନା କମିଟିର ଭାବନାକୁ ବୁଝି ପାରିଲେ ନାହିଁ ବୋଲି ଗଜପତି କହିଛନ୍ତି।

ଅନ୍ୟପକ୍ଷରେ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କଣ ହେବ, ବିକଳ୍ପ ଚିନ୍ତା କରିନୁ। ଏଭଳି ଘଟଣା ଆମ ପାଇଁ ନୂଆ କହିଲେ ଛତିଶା ନିଯୋଗ ନାୟକ।

Advertisment

ସେପଟେ ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ପୁଣି ତିନିଟି ପିଟିସନ୍‌ ଦାଖଲ ହୋଇଛି। ଗୋଟିଏ ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ ଓ ଅନ୍ୟଟି ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ଦାୟର ହୋଇଛି। ଆଉ ଗୋଟିଏ ପିଟିସନ୍‌ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ।

ଅଫତାବ ହୁସେନ ଦାୟର କରିଥିବା ମୋଡିଫିକେସନ ପିଟିସନରେ ଅନୁରୋଧ କରିଛନ୍ତି, ସୁପ୍ରିମକୋର୍ଟ ଦେଇଥିବା ରାୟରେ ଆଂଶିକ ପରିବର୍ତ୍ତନ କରନ୍ତୁ। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି। ପୁରୀ ସହରକୁ ଶଟ୍‌ଡାଉନ୍‌ ଘୋଷଣା କରି ମହାପ୍ରଭୁଙ୍କ ଘୋଷଯାତ୍ରା କରିବାକୁ ପିଟିସନ୍‌ରେ ଅନୁରୋଧ କରିଛନ୍ତି ଅଫ୍‌ତାବ। ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ମୋଡିଫିକେସନ ପିଟିସନ ଦାଖଲ କରାଯାଇଛି। ନିର୍ଦ୍ଦେଶ ପ୍ରତ୍ୟାହାର ବା ପରିବର୍ତ୍ତନ ପାଇଁ ପିଟିସନରେ ଅନୁରୋଧ କରାଯାଛି।

ସେହିପରି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଛି। ନିର୍ଦ୍ଦେଶର ପୁନର୍ବିଚାର ଲାଗି ପିଟିସନରେ ମହାସଂଘର ଆବଦନ କରିଛି। ଏହି ସବୁ ଆବେଦନର ଶୁଣାଣି ସୋମବାର ହେବାର ସମ୍ଭାବନା ରହିଛି।

Ratha Yatra Rath Yatra Rath Yatra 2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe