Advertisment

ରାଜ୍ୟ ଅଭିଭାବକ ମହାସଂଘର ଚେତାବନୀ, ‘କରୋନା ବ୍ୟାପିଲେ କିଏ ଦାୟୀ ରହିବ?’

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ଦେଶରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କରିଛି ରାଜ୍ୟ ଅଭିଭାବକ ମହାସଂଘ। ବର୍ତ୍ତମାନ ସ୍କୁଲ ଖୋଲିବା ଦ୍ୱାରା କରୋନା ବ୍ୟାପିକା ଆଶଙ୍କା ରହିଛି। ବିଦେଶରେ ସ୍କୁଲ ଖୋଲିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ଯଦି ସ୍କୁଲରେ ଅସାବଧାନତା କାରଣରୁ କରୋନା ବ୍ୟାପେ, ସେଥିପାଇଁ କିଏ ଦାୟୀ ରହିବ ବୋଲି ସଂଘ ପ୍ରଶ୍ନ ଉଠାଇଛି। କରୋନା ପରିସ୍ଥିତିରେ ଅନଲାଇନ୍ କ୍ଲାସକୁ ଆହୁରି ସୁଦୃଢ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ […]

ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କଲା ଅଭିଭାବକ ମହାସଂଘ

school

Advertisment

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ଦେଶରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କରିଛି ରାଜ୍ୟ ଅଭିଭାବକ ମହାସଂଘ। ବର୍ତ୍ତମାନ ସ୍କୁଲ ଖୋଲିବା ଦ୍ୱାରା କରୋନା ବ୍ୟାପିକା ଆଶଙ୍କା ରହିଛି। ବିଦେଶରେ ସ୍କୁଲ ଖୋଲିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ଯଦି ସ୍କୁଲରେ ଅସାବଧାନତା କାରଣରୁ କରୋନା ବ୍ୟାପେ, ସେଥିପାଇଁ କିଏ ଦାୟୀ ରହିବ ବୋଲି ସଂଘ ପ୍ରଶ୍ନ ଉଠାଇଛି।

Advertisment

କରୋନା ପରିସ୍ଥିତିରେ ଅନଲାଇନ୍ କ୍ଲାସକୁ ଆହୁରି ସୁଦୃଢ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ନିତ୍ୟାନ୍ତ ଆବଶ୍ୟକ l ଏନେଇ ଛାତ୍ରଛାତ୍ରୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ଉଚିତ। ତେଣୁ କେନ୍ଦ୍ର ସରକାର ଏହି ଆଦେଶର ପୁନଃବିଚାର କରି ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି ।

ଆସନ୍ତା ୨୧ ତାରିଖରୁ ଆଂଶିକ ଭାବେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗ୍ରୀନ୍ ସିଗନାଲ୍ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସ୍ଓପି ଜାରି କରିଛି। କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବା ପାଇଁ ଅନୁମତି ଦିଆଯାଇଛି ।

Advertisment
School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe