Advertisment

Choudwar Jail: ଚୌଦ୍ୱାର ଜେଲରୁ ଚମ୍ପଟ ମଧୁକାନ୍ତର କାହାଣୀ, ମଶାଧୂପ ଓ ଚିନି ଗୁଣ୍ଡର ଖେଳ

ରଡ କାଟି ଦେବା ପରେ ଏମାନେ ତା ଉପରେ ଏକ ଲେପ ଦେଉଥିଲେ। ମଶାଧୂପ, ପାଉଁଶ ଏବଂ ଚିନିପାଣିକୁ ମିଶାଇ ଏକ ଲେପ ପ୍ରସ୍ତୁତ କରି ଆରିରେ କଟାଯାଇଥିବା ରଡ୍ ଦାଗ ଉପରେ ଏହି ଲେପ ଦିଆଯାଉଥିଲା। ଫଳରେ କେହି ଯଦି ରଡକୁ ଦେଖିଥୁଲା ସେ ଜାଣି ପାରୁନଥିଲାଯେ ରଡ଼ଟି କଟାଯାଇଛି।

author-image
OR Desk
Choudwar Jail Story_ TH

ମଧୁକାନ୍ତ

ବେଳେବେଳେ ସିନେମାର କାହାଣୀ ମଧ୍ୟ ହାର ମାନିବ ପ୍ରକୃତ ଘଟଣାବଳିରୁ। ଆପଣଙ୍କ ମନେଥିବ ଦଶହରା ପରଦିନ ରାତିରେ କେମିତି ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିଲେ ଦୁଇ ହାର୍ଡକୋର କ୍ରମିନାଲ।

Advertisment

ଅତିଜଘନ୍ୟ ଅପରାଧରେ ଜଡିତ ଥିଲେ ବି ସେମାନେ ହାଇ ସିକ୍ୟୁରିଟି ଥିବା ଚୌଦ୍ବାର ଜେଲରୁ ଫେରାର ହୋଇଗଲେ। ଜଣେ ହେଲା ମଧୁକାନ୍ତ ରାଣା, ଆଉଜଣେ ରାଜା ସାହାନୀ। ତେବେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ୍ ଧରିବା ପରେ ତାର ଫେରାର ରହସ୍ୟ ଉପରୁ ପରଦା ଉଠିଛି। ସବୁଠାରୁ ଇଣ୍ଟ୍ରେଷ୍ଟିଂଘଟଣା ହେଉଛି, ଫିଲ୍ମ ଷ୍ଟାଇଲରେ ଏ ଦୁଇ ଅପାଧୀଙ୍କ ଫେରାର ପ୍ଲାନିଂ।

ଚୌଦ୍ୱାର ଜେଲ ଭିତରେ ନିର୍ମାଣକାମ ଚାଲୁଥାଏ। ଏହାରି ଭିତରେ ଅନେକ ପ୍ରକାର ସରଞ୍ଜାମ ଏପଟେ ସେପଟେ ହୋଇ ପଡିରହିଥାଏ। ଦୁଇ ହାର୍ଡକୋର କ୍ରିମିନାଲ- ମଧୁକାନ୍ତ ଏବଂ ରାଜା ଥରେ ନିଜ ସେଲରୁ ବାହାରକୁ ଯାଇଥିଲେ। ଏତିକି ବେଳେ ସେମାନେ ଦେଖିଲେ, ଗୋଟିଏ ଆରି ରାସ୍ତାରେ ପଡିଛି। ଆଉ ଆରି ଦେଖି ଚମ୍ପଟ ମାରିବାର ପୂରା ଗେମପ୍ଲାନ ସେମାନଙ୍କ ମନରେ ଆଙ୍କି ହୋଇଗଲା।

Advertisment

 ଏହି ଆରିକୁ ନେଇ ସେଲରେ ଥିବା କମୋଡ ପାଇଖାନାର ପ୍ୟାନ୍ ତଳେ ଲୁଚାଇ ରଖିଥିଲେ। କାହାକୁ ବି ସନ୍ଦେହ ହେଲାନି ଯେ, ସେଠାରେ ଜେଲ୍ରେ ଲାଗିଥିବାଶକ୍ତିଶାଳୀଲୁହାରଡ଼ କାଟିବାକୁଏକ ଆରି ଥାଇପାରେ ବୋଲି। ମଧୁକାନ୍ତ ଓ ରାଜା ପ୍ରତିଦିନ ଆରିରେ ଜେଲର ଶକ୍ତ ରଡ କାଟିବାରେ ଲାଗିଲେ। ଆସ୍ତେ ଆସ୍ତେ କରି ପ୍ରତିଦିନ ସେମାନେ ରହୁଥିବା ସେଲ୍ ର ରଡ୍ ଗୋଟିଏ ଗୋଟିଏ କାଟିଲେ।

ସେଲରେ ଲାଗିଥିବା ସିସିଟିଭିକୁ ସେମାନେ ବୁଲାଇ ଦେଇଥିଲେ। ଯାହା ଫଳରେ ସେମାନେ ରଡ କାଟିବା ବେଳର ଦୃଶ୍ୟ ସିସିଟିଭିରେ ଦୃଶ୍ୟମାନ ହେଲାନାହିଁ। ଏହାର ସୁଯୋଗ ନେଇ ପ୍ରତିଦିନ ମଧ୍ୟ ରାତିରେସେମାନେ ଆସ୍ତେ ଆସ୍ତେ କରି ଗୋଟିଏ ଗୋଟିଏ ରଡ୍ କାଟି ଚାଲିଲେ। ପୂରା ରଡ କାଟିବା ପାଇଁ ମଧୁକାନ୍ତ ଓ ରାଜାଙ୍କୁ 7 ରୁ 8 ଦିନ ସମୟ ଲାଗିଥିଲା। 

ସେଲରେ ରଡ କାଟୁଥିଲେ ମଧ୍ୟ ଏହା ଯେମିତି କେହି ଜାଣିପାରିବେନି, ତାର ମଧ୍ୟ ବାଟ ବାହର କରିଥିଲେ ଏ ଦୁଇଜଣ। ରଡ କାଟି ଦେବା ପରେ ଏମାନେ ତା ଉପରେ ଏକ ଲେପ ଦେଉଥିଲେ। ମଶାଧୂପ, ପାଉଁଶ ଏବଂ ଚିନିପାଣିକୁ ମିଶାଇ ଏକ ଲେପ ପ୍ରସ୍ତୁତ କରି ଆରିରେ କଟାଯାଇଥିବା ରଡ୍ ଦାଗ ଉପରେ ଏହି ଲେପ ଦିଆଯାଉଥିଲା। ଫଳରେ କେହି ଯଦି ରଡକୁ ଦେଖିଥୁଲା ସେ ଜାଣି ପାରୁନଥିଲାଯେ ରଡ଼ଟି କଟାଯାଇଛି। ଆସ୍ତେ ଆସ୍ତେ ସେଲର ରଡ ଗୁଡିକୁ କାଟିବାରେ ସକ୍ଷମ ହୋଇଥିଲେ ଏମାନେ। 

ଯେତେବେଳେ ରଡ଼ କଟା ସରିଲା, ତା ପରେ ସେମାନେ ଆଗରୁ କମ୍ବଳକୁ କାଟି ଏକ ରସି ଭଳି ଦୌଡ଼ି ପ୍ରସ୍ତୁତ କରିଥିଲେ। ଜେଲରେ ଥିବା ରଡ଼ କଟା ସରିବା ପରେ ଦଶହରା ସମୟରେ ଷ୍ଟାଫ୍ ସଂଖ୍ୟା ଟିକେ କମିଥିବା ଜାଣି ସେଠାରୁ ଚମ୍ପଟ ମାରିବାର ପ୍ଲାନ କରିଥିଲେ। ଏହାପରେ ରାତିରେ ସେଲରୁ ବାହାରି, କମ୍ବଳ ରଶି ପକାଇ ଚୌଦ୍ୱାର ଜେଲର କାନ୍ଥ ଡେଇଁ ଫେରାର୍ ହେବାରେ ସକ୍ଷମ ହୋଇଥିଲେ ଏମାନେ। ଜେଲ୍ କାନ୍ଥ ଡେଇଁବା ପରେ ଦୁହେଁ ଚାଲିଚାଲି ଚୌଦ୍ବାର ଷ୍ଟେସନ ଆଡ଼େ ଯାଇଥିଲେ।

ସେଠାରୁ ସେମାନେ ପୁରୀ ଗଲେ, ଏହାପରେ ମଧୁକାନ୍ତ ଓ ରାଜାର ରାସ୍ତ ଅଲଗା ହୋଇଗଲା। ମଧୁକାନ୍ତ ଚାଲିଗଲା ଧାର୍ମିକ ନଗରୀ ବୃନ୍ଦାବନ। ପୁଲିସ ଖବର ପାଇଲା ଯେ ମଧୁକାନ୍ତ ଲୁଚିଛି ବୃନ୍ଦାବନରେ। ଏହାପରେ ସେ ଧରିଥିବା ଫୋନକୁ କଲ୍ ଗଲା। ମଧୁକାନ୍ତ ଧରିଥିବା ମୋବାଇଲଟି ହୋଟେଲର ଏକ ସିୟୁଜି ନମ୍ବର ଥିଲା। ଛଦ୍ମ ବେଶରେ ପୁଲିସ କର୍ମଚାରୀ ମଧୁକୁ ଫୋନ କଲେ। କହିଲେ ଆମେ ଜାଣି ପାରୁନୁ, ହୋଟେଲ୍ କେଉଁଠି ଅଛି। ଏଇଠି ହିଁ ଭୁଲ କରିଦେଲା ମଧୁକାନ୍ତ।

ଜଣେ ସାଧାରଣ ଗ୍ରାହକ ଭାବି ମଧୁକାନ୍ତ ଚାଲିଗଲା ଛଦ୍ମବେଶରେ ଥିବା ପୁଲିସ୍ କର୍ମଚାରୀଙ୍କୁ ରିସିଭ୍ କରିବା ପାଇଁ। ସେମାନଙ୍କୁ ଧରି ସେ ହୋଟେଲକୁ ଆସିଲା। ଆଉ ପଚାରି ଦେଲା- ଆପଣମାନେ କେଉଁଠୁ ଆସିଥିଲେ ସାର୍? ଜଣେ ପୁଲିସ୍ ବାବୁ କହିଲେ- ଆମେ ଓଡ଼ିଶାରୁ ଆସିଛୁ। ଏହାପରେ ମଧୁକାନ୍ତ କୁଆଡେ ଆଇକାର୍ଡ ସଂପର୍କରେ ଖବର ପାଇଗଲା।

ତା’ର ଡାଉଟ୍ ହେଲା,ଏମାନେ ଓଡ଼ିଶା ପୁଲିସର ଲୋକ କି? ପୁଲିସକୁ କହିଲା, ଆଉ ଜଣେ ଗ୍ରାହକ ଆସିଛନ୍ତି, ମୁଁ ସେମାନଙ୍କୁ ଆଣିବାକୁ ଷ୍ଟେସନ ଯାଉଛି। ଏହା ଶୁଣି ପୁଲିସ ଠିକ ବୁଝିପାରିଲା ମଧୁକାନ୍ତର ଚାଲ୍। ତେଣୁ ଆଗରୁ ସଜାଗ ଥିବା ପୁଲିସ୍ କର୍ମଚାରୀମାନେ ମଧୁକାନ୍ତକୁ ତତକ୍ଷଣାତ ମାଡ଼ି ବସିଲେ। ମଧୁକୁ ଏମିତି ଧରିବାରେ ସକ୍ଷମ ହୋଇଥିଲା ଓଡ଼ିଶା ପୁଲିସ୍।

ସେପଟେ ମଧୁକାନ୍ତ ରାଣାର ପୁଲିସ ରିମାଣ୍ଡଶେଷ ହୋଇଛି। ୬ ଦିନିଆ ରିମାଣ୍ଡ ଅବଧି ଶେଷ ହେବାପରେ ତାକୁ ପୁଣି କୋର୍ଟରେ ହାଜର କରାଯାଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଚୈଦ୍ଵାର ଜେଲକୁ ପଠାଇ ଦିଆଯାଇଛି। କୁହାଯାଉଛି, ରିମାଣ୍ଡବେଳେ ପୋଲିସ୍ ଆଗରେ ଅନେକ ସତକଥା କହିଛି ମଧୁକାନ୍ତ, ଆଉ ଏହି ଆଧାରରେ ପୋଲିସ୍ ପାଇଛି ମାମଲା ସଂପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ ଓଡ଼ିଶା ରିପୋର୍ଟର

Choudwar Jail Escape