Advertisment

ଅର୍ଣ୍ଣବ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ, ଓଡ଼ିଶା ପାଇଁ ବି ଚେତାବନୀ: ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣିବେଳେ ଆଜି ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ଓଡ଼ିଶା,ପଶ୍ଚିମବଙ୍ଗ ଓ କେରଳର ଏକଛତ୍ରବାଦୀ ଶାସକମାନଙ୍କ ପାଇଁ ସତର୍କଘଣ୍ଟି ତଥା ସେମାନଙ୍କୁ ନିଜର ସୀମା ଭିତରେ ରହିବା ନିମନ୍ତେ ଚେତାବନୀ ବୋଲି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି। ଶ୍ରୀ ପଣ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, “ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ପ୍ରଦାନବେଳେ ମୌଳିକ ଅଧିକାରକୁ ସୁପ୍ରିକୋର୍ଟ ସୁରକ୍ଷିତ ରଖିଛନ୍ତି ଓ ଯାହାକି ମହାରାଷ୍ଟ୍ର ପୁଲିସ ଦ୍ୱାରା ଖୋଲାଖୋଲି […]

author-image
Tapas Behera
ଅଦ୍ୟତନ ହୋଇଛି
ବୈଜୟନ୍ତଙ୍କ ଟ୍ୱିଟ୍ ବୁଝି ନପାରି ବାଉଳି ହେଲେ ସମାଲୋଚକ

BAIJYANTA PANDA

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣିବେଳେ ଆଜି ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ଓଡ଼ିଶା,ପଶ୍ଚିମବଙ୍ଗ ଓ କେରଳର ଏକଛତ୍ରବାଦୀ ଶାସକମାନଙ୍କ ପାଇଁ ସତର୍କଘଣ୍ଟି ତଥା ସେମାନଙ୍କୁ ନିଜର ସୀମା ଭିତରେ ରହିବା ନିମନ୍ତେ ଚେତାବନୀ ବୋଲି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି।

Advertisment

ଶ୍ରୀ ପଣ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, “ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ପ୍ରଦାନବେଳେ ମୌଳିକ ଅଧିକାରକୁ ସୁପ୍ରିକୋର୍ଟ ସୁରକ୍ଷିତ ରଖିଛନ୍ତି ଓ ଯାହାକି ମହାରାଷ୍ଟ୍ର ପୁଲିସ ଦ୍ୱାରା ଖୋଲାଖୋଲି ଭାବେ ଉଲ୍ଲଘଂନ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଆଜିର ଟିପ୍ପଣୀ ଏକଛତ୍ରବାଦୀ ଶାସକମାନଙ୍କ ପାଇଁ ସତର୍କଘଣ୍ଟି ତଥା ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳ ସରକାରଙ୍କୁ ମଧ୍ୟ ନିଜର ସୀମା ଭିତରେ ରହିବା ନିମନ୍ତେ ଏକପ୍ରକାର ଚେତାବନୀ।”
ଉଲ୍ଲେଖଯୋଗ୍ୟ, ଆଜି ସୁପ୍ରିମକୋର୍ଟରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ପ୍ରଦାନ ମାମଲାର ବିଚାର କରି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼  ଓ ଇନ୍ଦିରା ବାନାର୍ଜୀଙ୍କ ଦୁଇଜଣିଆ ଖଣ୍ଡପୀଠ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ରାଜ୍ୟ ସରକାର ଓ ପୁଲିସର ଉଦ୍ଦେଶ୍ୟମୂଳକ ତଥା ପ୍ରତିଶୋଧପରାୟଣ ଆଭିମୁଖ୍ୟକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ। ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ “ ଯଦି ରାଜ୍ୟ ସରକାର କାହାରିକୁ ଟାର୍ଗେଟ୍ କରନ୍ତି ତାହା ନ୍ୟାୟର ଉଲ୍ଲଘଂନ ହେବ। ଯଦି ଆମେ ଏକ ସାମ୍ବିଧାନିକ ନ୍ୟାୟାଳୟ ଭାବେ ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷିତ ନରଖି ପାର ତା’ହେଲେ ଏ କାର୍ଯ୍ୟ କିଏ କରିବ? ଯଦି ରାଜ୍ୟ ସରକାର ଜାଣିଶୁଣି କାହାରିକୁ ଟାର୍ଗେଟ୍ କରନ୍ତି ତା’ହେଲେ ସେମାନେ ଜାଣିରଖିବା ଉଚିତ୍ ଯେ ନାଗରିକଙ୍କ ସ୍ୱାଧୀନତା ରକ୍ଷା କରିବା ପାଇଁ ସର୍ବୋଚ୍ଚ କୋର୍ଟ ଅଛନ୍ତି।
https://twitter.com/PandaJay/status/1326479342709342210?s=20

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଆମର ଗଣତନ୍ତ୍ର ଅସାଧାରଣ ଭାବେ ନମନୀୟ। ମହାରାଷ୍ଟ୍ର ସରକାର ଏସବୁକୁ(ଟିଭିରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମାଲୋଚନା) ଅଣଦେଖା କରିବା ଉଚିତ୍। ସେ ନିଜେ ଅର୍ଣ୍ଣବଙ୍କ ଚ୍ୟାନେଲ ଦେଖନ୍ତି ନାହିଁ। ସମସ୍ତଙ୍କର ବିଚାରଧାରା ଏକ ହୋଇନପାରେ। କିନ୍ତୁ କୋର୍ଟ ଯଦି ଅଭିବ୍ୟକ୍ତିର ସ୍ୱାଧୀନତାକୁ ସୁରକ୍ଷିତ ନରଖିବେ ତା’ହେଲେ ତାହା ଉଚିତ୍ ହେବନାହିଁ।
ସୁପ୍ରିମକୋର୍ଟଙ୍କ ଏଭଳି ଟିପ୍ପଣୀ ହିଁ ସରକାରଙ୍କର ଦ୍ୱାରା ନିର୍ଦ୍ଦିଷ୍ଟ ଭାବେ ଟାର୍ଗେଟ୍ କରାଯାଉଥିବା ଟିଭି ଚ୍ୟାନେଲଗୁଡ଼ିକ ପାଇଁ ଆଶ୍ୱସ୍ତିକର ହୋଇଛି।
ସୂଚନାଯୋଗ୍ୟ, ଓଟିଭି ପରିଚାଳନା ନିର୍ଦ୍ଦେଶିକା ତଥା ପ୍ରମୋଟର ଜଗିମଙ୍ଗତ ପଣ୍ଡା ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ୍ କରି ଓଟିଭିର କର୍ମଚାରୀମାନଙ୍କୁୁ ଓଡ଼ିଶା ପୁଲିସ୍ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଥିବା ନେଇ ଅବଗତ କରାଇଥିଲେ। ଓଟିଭି ବିରୁଦ୍ଧରେ ଅଚାନକ ଆସିଥିବା ଅନେକଗୁଡ଼ିଏ ଅଭିଯୋଗର ତଦନ୍ତକୁ ଶ୍ରୀମତୀ ପଣ୍ଡା ସ୍ୱାଗତ କରିବା ସହ କୋର୍ଟଙ୍କ ଦ୍ୱାରା ବିଚାର କରିବାକୁ ସେ ଅନୁରୋଧ କରିଥିଲେ।
ସୁପ୍ରିମକୋର୍ଟଙ୍କ ଆଜିର ଟିପ୍ପଣୀ ପରେ ଓଡ଼ିଶା ସରକାର ଓ ଓଡ଼ିଶା ପୁଲିସ ନିଜକୁ ଆଇନର ଗଣ୍ଡି ଭିତରେ ରଖି କାମ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Advertisment