Advertisment

ମଦ ପିଇ ଶୋଇପଡ଼ିଲେ ଶିକ୍ଷକ ଓ ରୋଷେୟା

ପାଠପଢ଼ା ଛାଡି ମଦ ପିଇ ସ୍କୁଲ ଭିତରେ ସାର୍‌ ଫୁଲ୍‌ ମାତାଲ୍‌, ତ ଏପଟେ ରୋଷେଇ ଛାଡି ଛାତ୍ରାବାସର ରୋଷେୟା ମଦ ପିଇ ଗଡୁଛି, ଏ ସ୍କୁଲ ଭିତରର ପରିସ୍ଥିତି ଏତେ ଭୟଙ୍କର ହେଲା ଯେ, ଶେଷରେ ସ୍ଥାନୀୟ ସରପଞ୍ଚ ଓ ଗାଁ ଲୋକେ ଉଭୟଙ୍କୁ ନେଇ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।

author-image
Manoj Swain

ମଦ ନିଶାରେ ଶୋଇପଡ଼ିଲେ ଶିକ୍ଷକ ଓ ରୋଷେୟା। ଦୀର୍ଘ ସମୟ ଧରି ଉପବାସ ରହିଲେ ୨୫ରୁ ଅଧିକ ଛାତ୍ରଛାତ୍ରୀ। ଶେଷରେ କିଛି ଉପାୟ ନପାଇ ପିଲାମାନେ ନିଜେ ରୋଷେଇ କରୁଥିଲେ। ଏପରି ବିଚିତ୍ର ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ତଲକୋଇ ବ୍ଲକ ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇଛି। ଡିମିରିଆ ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଆବାସିକ ହଷ୍ଟେଲ୍‌ ରହିଛି। ସେହି ହଷ୍ଟେଲ୍‌ରେ ୨୫ରୁ ଅଧିକ ଛାତ୍ରଛାତ୍ରୀ ରହୁଛନ୍ତି। ଛାତ୍ରାବାସ ଦାୟିତ୍ୱରେ ସେହି ସ୍କୁଲର ଶିକ୍ଷକ ମାନ ସିଂ ମୁଣ୍ଡା ରହିଥିବା ବେଳେ ରୋଷେୟା ଭାବେ ଦେବାନନ୍ଦ ଦେହୁରୀ କାର୍ଯ୍ୟ କରୁଥିଲେ। ଶିକ୍ଷକ ମାନ ସିଂ ମୁଣ୍ଡା ଓ ରୋଷେୟା ଦେବାନନ୍ଦ ମିଶି ବହେ ମଦ ପିଇଥିଲେ! ଉଭୟ ମଦ ପିଇବା ପରେ ଚାଲିବୁଲି ପାରିଲେ ନାହିଁ। ନିଶାରେ ତଳେ ପଡ଼ି ଯାଇଥିଲେ। 

Advertisment
Odisha Odisha Teacher