ସେଦିନ ଲୌହ ଦାନବ ଖେଳିଥିଲା ରକ୍ତର ହୋଲି! ଆଉ ସେହି ହୋଲିରେ ଭିଜିଥିଲା ବାହାନଗା ବଜାର ଷ୍ଟେସନ୍। ଛିନ୍ଭିନ୍ ହୋଇ ପଡ଼ିଥିଲା ଶବ। କାହାର ହାତ ନଥିଲା ତ କାହାର ଗୋଡ଼ ନଥିଲା। ଆଉ କାହାର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ପରିବେଶ ଥିଲା ଅତି ଭୟଙ୍କର। ଯାହାକୁ ଦେଖିବା ସମ୍ଭବପର ନଥିଲା। କାହାକୁ ଚିହ୍ନବା କଷ୍ଟକର ହେଉଥିଲା। ତାହାରି ଭିତରେ ଗୋଟେ କଥା ସାମ୍ନାକୁ ଆସିଛି। ବାହାନଗା ଷ୍ଟେସନ ପାଖରେ ରହିଥିଲା ଗୋଟିଏ ତେନ୍ତୁଳି ଗଛ। ସ୍ଥାନୀୟ ଲୋକଙ୍କ ପାଇଁ ତ ଏହି ତେନ୍ତୁଳି ଗଛ ଥିଲା ଦେବତା ଭଳି। ବାପ ଅଜା ଅମଳରୁ ପୁରୁଷ ପୁରୁଷ ଧରି ଛିଡା ହୋଇଥିବା ଏହି ଗଛ ସ୍ଥାନୀୟ ଲୋକଙ୍କ ପାଇଁ ଥିଲା ବିଶ୍ୱାସର ପ୍ରତୀକ।