Advertisment

ଜନ୍ମ ଦେଇନାହାନ୍ତି ସତ ହେଲେ ନିଜ ପିଲାଠୁ କମ୍‌ ନୁହଁନ୍ତି

ଗଛ ସହ କଟୁଛି ଜୀବନ । ହଜାର ହଜାର ଗଛ ଲଗାଇ ଆଜି ଶ୍ରୀନାଥ ପାତ୍ର ଗଛ ମଣିଷ ଭାବେ ବେଶ ପରିଚିତ । ଗଛ ବଞ୍ଚିଲେ ଜୀବଜଗତ ବଞ୍ଚିବ ଓ ପରିବେଶ ସୁସ୍ଥ ରହିବ ବୋଲି କହନ୍ତି ଶ୍ରୀନାଥ ।

author-image
Manoj Swain

ଦିନେ ନୁହଁ କି ଦୁଇ ଦିନ ନୁହଁ ଏମିତି ବର୍ଷ ବର୍ଷ ଧରି ଗଛ ସହ କଟୁଛି ଜୀବନ। ଯେଉଁ ବୟସରେ ବିଶ୍ରାମ କରିବା କଥା ସେହି ବୟସରେ ସେ କୋଡ଼ିଏ ହଜାରରୁ ଅଧିକ ଗଛକୁ ଲଗାଇଛନ୍ତି। ସବୁଜିମାରେ ଭରି ରହିଥିବା ଗଛ ଗୁଡ଼ିକୁ ସେ ନିଜ ପିଲା ଭଳି ସେବା ସୁଶୃଶା କରି ଆସୁଛନ୍ତି। ସତେ ଯେମିତି ପ୍ରକୃତି ପ୍ରମରେ ବନ୍ଧା ଏହି ମଣିଷର ଜୀବନ। ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡ଼ିଦା ପଞ୍ଚାୟତ ରାଇକାଳି ଗ୍ରାମର ଶ୍ରୀନାଥ ପାତ୍ରଙ୍କ କଥା।

Advertisment
Odisha