Advertisment

ବିଳମ୍ବରେ ଟିକା ନେବେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ଠାରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକାକରଣ କରାଯିବ। ୧୫ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପିଲାମାନଙ୍କୁ କରୋନା ଟିକାକରଣ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୦୭ ଡିସେମ୍ବର ୩୧ ସୁଦ୍ଧା ଜନ୍ମିତ ସବୁ ପିଲା କରୋନା ଟିକା ନେଇପାରିବେ। ଅର୍ଥାତ୍ ୨୦୦୮ ମସିହାରୁ ଜନ୍ମ ନେଇଥିବା ପିଲାମାନଙ୍କୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବିଳମ୍ବରେ ଟିକା ନେବେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ

student1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ଠାରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକାକରଣ କରାଯିବ। ୧୫ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପିଲାମାନଙ୍କୁ କରୋନା ଟିକାକରଣ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Advertisment

୨୦୦୭ ଡିସେମ୍ବର ୩୧ ସୁଦ୍ଧା ଜନ୍ମିତ ସବୁ ପିଲା କରୋନା ଟିକା ନେଇପାରିବେ। ଅର୍ଥାତ୍ ୨୦୦୮ ମସିହାରୁ ଜନ୍ମ ନେଇଥିବା ପିଲାମାନଙ୍କୁ ଏବେ ଟିକା ଦିଆଯିବ ନାହିଁ। ତେବେ ଆସନ୍ତା କାଲି ଠାରୁ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ ନାହିଁ। ପରୀକ୍ଷା ଥିବାରୁ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀ ବିଳମ୍ବରେ ଟିକା ନେବେ। ଜାନୁଆରୀ ୮ ତାରିଖ ପରେ ଦଶମ ଏବଂ ୧୧ ତାରିଖ ପରେ ଦ୍ୱାଦଶ ପିଲାଙ୍କୁ ଟିକାକରଣ କରାଯିବ।

ପ୍ରଥମ ଡୋଜ୍ ନେବାର ୧୮ରୁ ୪୦ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। ଯେଉଁ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବେ, ସେମାନଙ୍କୁ ଏବେ ଟିକା ଦିଆଯିବ ନାହିଁ। କୋଭିଡ୍ ପଜିଟିଭ୍ ଛାତ୍ରଛାତ୍ରୀ ୩ ମାସ ପରେ ଟିକା ନେବେ। ତେବେ କେଉଁ ଛାତ୍ରଛାତ୍ରୀ କୋଭିଡ୍ ଟିକା ନେବେ, ତା’ର ତାଲିକା ପ୍ରସ୍ତୁତ କରିବେ ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକ। ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ସେମାନେ ସିଡିଏମ୍ଓଙ୍କ ସହ ଯୋଗାଯୋଗ କରିବେ।

Advertisment

ସୂଚନାଯୋଗ୍ୟ, ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୯୩୯ଟି ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ୧୫ ଲକ୍ଷ କୋଭାସ୍କିନ ଟିକା ମହଜୁଦ ରହିଛି। ମାସେ ଭିତରେ ପିଲାଙ୍କ ପ୍ରଥମ ଡୋଜ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜାନୁଆରୀ ୧ ତାରିଖରୁ ଯେଉଁମାନେ ଅନଲାଇନ ଜରିଆରେ ପଞ୍ଜିକରଣ କରିଥିବେ, ସେମାନେ ଟିକା ନେଇ ପାରିବେ। ଏହାଛଡ଼ା ଯେଉଁମାନେ ଅନଲାଇନ ପଞ୍ଜିକରଣ କରି ନାହାନ୍ତି ସେମାନେ କାଲି ଅନସ୍ପଟ ପଞ୍ଜିକରଣ କରି ଟିକା ନେଇ ପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଥିଲେ।