Advertisment

ସ୍ୱର୍ଗଦ୍ୱାରରେ ଜୁଈକୁ ଡେଇଁଲେ ମହିଳା

ପୁରୀ (ଓଡ଼ିଶା ରିପୋର୍ଟର): ସ୍ୱର୍ଗଦ୍ୱାରରେ ଜଳୁଥିବା ଜୁଈକୁ ଡେଇଁ ପଡ଼ିଲେ ଜଣେ ମହିଳା। ଶବଦାହ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରି ପୁରୀ ସଦର ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଆହତ ମହିଳାଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ। ତାଙ୍କ ନାଁ ରମା ଦାସ ବୋଲି ଜଣାପଡ଼ିଛି। ଆଜି ସ୍ୱର୍ଗଦ୍ୱାରରେ ଜଣଙ୍କ ଶବ ଦାହ କରାଯାଉଥିଲା। ଏହି ସମୟରେ ସେଠାରେ ଘୂରି ବୁଲୁଥିବା ରମା ହଠାତ୍‌ ଜୁଈକୁ ଡେଇଁ ପଡ଼ିଥିଲା। ତେବେ ଶବଦାହ କରୁଥିବା ଲୋକମାନେ ତାଙ୍କୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
ସ୍ୱର୍ଗଦ୍ୱାରରେ ଜୁଈକୁ ଡେଇଁଲେ ମହିଳା

pur1111

ପୁରୀ (ଓଡ଼ିଶା ରିପୋର୍ଟର): ସ୍ୱର୍ଗଦ୍ୱାରରେ ଜଳୁଥିବା ଜୁଈକୁ ଡେଇଁ ପଡ଼ିଲେ ଜଣେ ମହିଳା। ଶବଦାହ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରି ପୁରୀ ସଦର ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଆହତ ମହିଳାଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ। ତାଙ୍କ ନାଁ ରମା ଦାସ ବୋଲି ଜଣାପଡ଼ିଛି।

Advertisment

ଆଜି ସ୍ୱର୍ଗଦ୍ୱାରରେ ଜଣଙ୍କ ଶବ ଦାହ କରାଯାଉଥିଲା। ଏହି ସମୟରେ ସେଠାରେ ଘୂରି ବୁଲୁଥିବା ରମା ହଠାତ୍‌ ଜୁଈକୁ ଡେଇଁ ପଡ଼ିଥିଲା। ତେବେ ଶବଦାହ କରୁଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ଦୁଇଟି ହାତ ପୋଡ଼ି ଯାଇଛି।

ରମାଙ୍କ ଘର ଜଳେଶ୍ୱର ଅଞ୍ଚଳରେ। ସ୍ୱାମୀ ଛାଡ଼ି ପଳାଇଯିବା ପରେ ରମା ଭାଙ୍ଗି ପଡ଼ିଥିଲେ। ଏପରିକି ମାନସିକ ସ୍ଥିତି ହରାଇଥିଲେ। ସେଥିପାଇଁ ଘର ଛାଡ଼ି ଶ୍ରୀକ୍ଷେତ୍ର ପଳାଇ ଆସିଥିଲେ। ଏଠାରେ ଚାରିଆଡ଼େ ବୁଲି ମାଗିଜାଚି ବଞ୍ଚୁଥିଲେ। ମାନସିକ ସ୍ଥିତି ଭଲ ନଥିବାରୁ ସେ ଆଜି ଆତ୍ମହତ୍ୟା କରିବା ପାଇଁ ଜୁଈକୁ ଡେଇଁଥିବା ଅଭିଯୋଗ ହୋଇଛି।

Advertisment
Odia News