dead
ବିନିକା(ଓଡ଼ିଶା ରିପୋର୍ଟର): ଚାଲିଥିଲା ସତସଙ୍ଗ କାର୍ଯ୍ୟକ୍ରମ। ମୃଦଙ୍ଗର ତାଳେ ତାଳେ ଗିନି ବଜାଇ ହରେ କୃଷ୍ଣ ହରେ ରାମ ଜପୁଥିଲେ ସମସ୍ତେ। ହେଲେ ନାମ ସଂକୀର୍ତ୍ତନ କରୁ କରୁ ହଠାତ୍ ଟଳିପଡିଲେ ପୂଜକ।
ଏହି ଦୁଃଖଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଟୁକୁରାରେ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗୋପାଳଜୀ ମନ୍ଦିରର ପୂଜକ କୈଳାସ ଚନ୍ଦ୍ର ପଣ୍ଡା। ତାଙ୍କୁ ୭୧ ବର୍ଷ ହୋଇଥିଲା। କୈଳାସଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ବିନିକାର ସିନ୍ଦୁରପୁର ଗାଁରେ ବୋଲି ଜଣାଯାଇଛି।
ଗତକାଲି ବରଗଡ଼ ଜିଲ୍ଲା ଟୁକୁରାରେ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କୈଳାସ ଓ ତାଙ୍କ ସହଯୋଗୀ। ସେଠାରେ ସେ ମୃଦଙ୍ଗର ତାଳେ ତାଳେ ଗିନି ବଜାଇ ହରେ କୃଷ୍ଣ ହରେ ରାମ ଜପ କରୁଥିଲେ। ତାଙ୍କ ସହିତ ଅନ୍ୟମାନେ ମଧ୍ୟ ନାମ ଜପୁଥିଲେ। ନାମ ଜପୁଜପୁ ହଠାତ୍ ତଳେ ପଡ଼ିଯାଇଥିଲେ ପୂଜକ କୈଳାସ ଚନ୍ଦ୍ର ପଣ୍ଡା। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କୈଳାସଙ୍କର ଏପରି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ପୃଜକଙ୍କ ମୃତ୍ୟୁ ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/Untitled-1-78.jpg)