Advertisment

ହୁଣ୍ଡି ଭାଙ୍ଗି ମାଉସୀ ମା’ ମନ୍ଦିରରୁ ଲୁଟି ନେଲେ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। । ବଳଗଣ୍ଡିସ୍ଥିତ ମାଉସୀ ମା’ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ତାଲା କାଟି, ଆଲମିରା ଓ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି।  ଚୋରି ନେଇ କୁମ୍ଭାରପଡ଼ା ଥାନାରେ ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି ।  ତେବେ କେତେ ପରିମାଣର ଚୋରି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ […]

author-image
Niharika Rout
ଅଦ୍ୟତନ ହୋଇଛି
ହୁଣ୍ଡି ଭାଙ୍ଗି ମାଉସୀ ମା’ ମନ୍ଦିରରୁ ଲୁଟି ନେଲେ

Loot

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। । ବଳଗଣ୍ଡିସ୍ଥିତ ମାଉସୀ ମା’ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ସୂଚନା ମିଳିଛି ।

Advertisment

ବିଳମ୍ବିତ ରାତିରେ ତାଲା କାଟି, ଆଲମିରା ଓ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି।  ଚୋରି ନେଇ କୁମ୍ଭାରପଡ଼ା ଥାନାରେ ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି ।  ତେବେ କେତେ ପରିମାଣର ଚୋରି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅଭିଯୋଗ ପରେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ମନ୍ଦିର ହୁଣ୍ଡିରୁ ଚୋରି ବେଳର ସିସିଟିଭି ଫୁଟେଜ ପୁଲିସ୍‌ର ହସ୍ତଗତ ହୋଇଛି। ଏଥିରେ ଜଣେ ବ୍ୟକ୍ତି ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି । ବ୍ୟକ୍ତିଜଣକ ରାତିରେ ମନ୍ଦିରରେ ବ୍ୟାଗ ଧରି ଯାଉଥିବା ଦେଖିବାକୁ ମିଳୁଛି। ଏହି ଫୁଟେଜକୁ ନେଇ ଯାଞ୍ଚକୁ ଜୋରଦାର କରିଛି ପୁଲିସ୍‌।

Advertisment

ଏନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଗଭୀର ଉଦବେଗ ପ୍ରକାଶ କରି ଦୁର୍ବୃତ୍ତଙ୍କୁ ଧରିବାକୁ ଏକ ବ୍ୟାପକ ଏବଂ ଫଳପ୍ରଦ ଷ୍ଟ୍ରାଟେଜି ତିଆରି କରିବାକୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି। ଏଥିସହ ଶ୍ରୀକ୍ଷେତ୍ରର ସବୁ ଧର୍ମାନୁଷ୍ଠାନର ସୁରକ୍ଷା ପାଇଁ  ଜିଲ୍ଲା ପୁଲିସ୍‌  ସମସ୍ତ ପଦକ୍ଷେପ ଗ୍ରହଣ କରୁ ବୋଲି କହିଛନ୍ତି ଗଜପତି।   

Lord Jagannath Sri Jagannath