Advertisment

ବିଦ୍ୟାଳୟ ଅଛି କିନ୍ତୁ ଶ୍ରେଣୀ ଗୃହ ନାହିଁ

ବିଦ୍ୟାଳୟ ଅଛି କିନ୍ତୁ ଶ୍ରେଣୀ ଗୃହ ନାହିଁ। ବର୍ଷେ କି ଦୁଇ ବର୍ଷ ନୁହେଁ ୧୦ବର୍ଷ ହେଲାଣି ଅଙ୍ଗନବାଡ଼ି ଘରେ ଚାଲିଛି ପାଠପଢ଼ା। ଗଞ୍ଜାମରେ ଦେଖିବାକୁ ମିଳିଛି ନିଅଣ୍ଟିଆ ବ୍ୟବସ୍ଥାର ଏହି ବିକଳ ଚିତ୍ର।

author-image
Manoj Swain

ବିଦ୍ୟାଳୟ ଅଛି କିନ୍ତୁ ଶ୍ରେଣୀ ଗୃହ ନାହିଁ। ବର୍ଷେ କି ଦୁଇ ବର୍ଷ ନୁହେଁ ୧୦ବର୍ଷ ହେଲାଣି ଅଙ୍ଗନବାଡ଼ି ଘରେ ଚାଲିଛି ପାଠପଢ଼ା। ଗଞ୍ଜାମରେ ଦେଖିବାକୁ ମିଳିଛି ନିଅଣ୍ଟିଆ ବ୍ୟବସ୍ଥାର ଏହି ବିକଳ ଚିତ୍ର। ଦେଖନ୍ତୁ ଏହି ପରିତ୍ୟକ୍ତ ଘରଟିକୁ। ପିଲାମାନଙ୍କ ପଢ଼ିବା ପାଇଁ ସରକାର ତିଆରି କରିଥିବା ଏକ ବିଦ୍ୟାଳୟ। ହେଲେ ଏହା କୌଣସି ଭୂତ କୋଠରୀଠୁ କମ୍ ଦେଖାଯାଉନାହିଁ। ଏହି କୁନି କୁନି ପିଲାମାନେ ହେଉଛନ୍ତି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ। ଅଧା ଲିଭି ଜାଇଥିଲେ ବି ପ୍ରାଥମିକ ବିଦ୍ୟାଳୟ ଲେଖାଯାଇଥିବା ସ୍ପଷ୍ଟ ବାରି ହେଉଛି। ମାତ୍ର ଚାରିପଟେ ଗଛଲତା ମାଡ଼ିଯାଇଛି। ବାହାରୁ ଦେଖିଲେ ଭୂତୋକଠି ପରି ଦିଶିଲାଣି।

Advertisment
Odisha School