Advertisment

ସ୍କୁଲ କଲେ, ହେଲେ ବ୍ଲାକବୋର୍ଡ କଥା ଭୁଲିଗଲେ, ଭରସା ଏବେ ବିବି କ୍ଲଥ୍‌

ମୋହନା(ମିହିର ଜତି): ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି।  ମାତ୍ର ମୌଳିକ ଆବଶ୍ୟକତାକୁ ଭୁଲି ଯାଉଛନ୍ତି ସରକାର। ଏପରି ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖଣି ସରକାରୀ ଏସଏସ୍‌ଡି ହାଇସ୍କୁଲରେ । ମାତ୍ର ୬ ମାସ ତଳେ ନିର୍ମିତ ଏହି ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ବ୍ଲାକବୋର୍ଡ ନିର୍ମାଣ କଥା କିନ୍ତୁ […]

author-image
Niharika Rout
ଅଦ୍ୟତନ ହୋଇଛି
ସ୍କୁଲ କଲେ, ହେଲେ ବ୍ଲାକବୋର୍ଡ କଥା ଭୁଲିଗଲେ, ଭରସା ଏବେ ବିବି କ୍ଲଥ୍‌

school

ମୋହନା(ମିହିର ଜତି): ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି।  ମାତ୍ର ମୌଳିକ ଆବଶ୍ୟକତାକୁ ଭୁଲି ଯାଉଛନ୍ତି ସରକାର। ଏପରି ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖଣି ସରକାରୀ ଏସଏସ୍‌ଡି ହାଇସ୍କୁଲରେ । ମାତ୍ର ୬ ମାସ ତଳେ ନିର୍ମିତ ଏହି ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ବ୍ଲାକବୋର୍ଡ ନିର୍ମାଣ କଥା କିନ୍ତୁ ଭୁଲି ଯାଇଛନ୍ତି ଠିକାଦାର । ଫଳରେ ବିବି କ୍ଲଥରେ ପିଲାଙ୍କୁ ପାଠ ପଢ଼ାଇବା କଷ୍ଟସାଧ୍ୟ ହେଉଛି ବୋଲି କହିଛନ୍ତି ଶିକ୍ଷକମାନେ ।

Advertisment

[caption id="attachment_767814" align="aligncenter" width="650"]school ନବନିର୍ମିତ ଏସଏସ୍‌ଡି ହାଇସ୍କୁଲ ।[/caption]

ଗତ ମାର୍ଚ୍ଚରେ ମୋହନା ବ୍ଲକ ଖଣି ସରକାରୀ ଏସଏସ୍ଡ଼ି ହାଇସ୍କୁଲ ନିର୍ମିତ ହୋଇଛି। ତେଣୁ ପ୍ରାୟ ୬ ମାସ ହେବ  ଏହି ବିଦ୍ୟାଳୟ ନିର୍ମିତ ହୋଇଥିବାରୁ ଦେଖିବାକୁ ପୂରା ଚକାଚକ୍‌ ହୋଇଛି। ପାହାଡ଼ ପାଦଦେଶରେ ଏକ ବିସ୍ତୁତ ଜାଗାରେ ଏହି ଦିମହଲା ବିଲ୍ଡିଂ ନିର୍ମିତ ହୋଇଛି। ଏଠାରେ ପାଠପଢ଼ା ପ୍ରାୟ ୬ ମାସ ହେବ ଆରମ୍ଭ ହୋଇ ସାରିଥିବା ବେଳେ ପିଲାମାନେ ମଧ୍ୟ ଏଠାକୁ ଆସି ବେଶ୍‌ ଖୁସି। ଏହି ବିଦ୍ୟାଳୟରେ  ୬ ଷଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀ ଯାଏଁ ପାଠ ପଢ଼ା ହେଉଛି । ତେବେ କୌଣସି କ୍ଲାସରେ ନାହିଁ ବ୍ଲାକବୋର୍ଡ ।  ତେଣୁ ପାଠ ପଢ଼ାଇବା ବେଳେ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଶିକ୍ଷକ ।ଏହି ସମସ୍ୟା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶାସନଙ୍କୁ ଅବଗତ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ ।

Advertisment

[caption id="attachment_767815" align="aligncenter" width="650"]school ବିବି କ୍ଲଥରେ ପାଠପଢ଼ା ଚାଲିଛି।[/caption]

ଏନେଇ ଦଶମ ଶ୍ରେଣୀ ଛାତ୍ର ସୁଶାନ୍ତ ମଲ୍ଲିକ କହିଛନ୍ତି,  ବ୍ଲାକବୋର୍ଡ ନ ଥିବାରୁ ବିବି ବୋର୍ଡରେ ଶିକ୍ଷକମାନେ ପାଠ ବୁଝାଉଛନ୍ତି। ବିବି ବୋର୍ଡଟି ବ୍ଲାକବୋର୍ଡ ତୁଳନାରେ ବହୁ ଛୋଟ ହୋଇଥିବାରୁ ସେଥିରେ ଯାହା ଲେଖା ଯାଉଛି ତାହା  ସବୁ ପିଲାଙ୍କୁ ତାହା ଦୃଶ୍ୟମାନ ହେଉନି। ଫଳରେ ପିଲାମାନେ ପାଠ ଭଲ ଭାବେ ବୁଝି ପାରୁ ନାହାନ୍ତି। ଏହାବାଦ ଆମ ସ୍କୁଲରେ ଶିକ୍ଷକ ଅଭାବ ଥିବା ସହ ଏକ ରୋଷଶାଳାର ଅଭାବ ରହିଛି।

[caption id="attachment_767816" align="aligncenter" width="650"]school ପିଲାମାନେ ପାଠ ପଢ଼ୁଛନ୍ତି।[/caption]

ଏନେଇ ଶିକ୍ଷକ ଆନନ୍ଦ ବେହେରା କହିଛନ୍ତି, ଛୋଟ ଛୋଟ ବିବି କ୍ଲଥ୍‌ରେ ପାଠ ପଢ଼ାଇବାକୁ ହଇରାଣ ହେଉଛୁ । ଭଲ ଭାବେ ପିଲାମାନଙ୍କୁ ପାଠ ବୁଝାଇପାରୁନୁ। ଏନେଇ ବିଇଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନି ।  ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଘଟଣାର ସମାଧାନ କରିବୁ ବୋଲି କହିଛନ୍ତି ମୋହନା ବ୍ଲକ ମଙ୍ଗଳ ଅଧିକାରୀ ରଞ୍ଜନ ଜେନା ।